
ଦେବଗଡ଼(ଓଡ଼ିଶା ରିପୋର୍ଟର): ନିଜ ନାତିକୁ ବଞ୍ଚାଇବାକୁ ଯାଇ ୨ ହାତର ପାପୁଲି ହରାଇଛନ୍ତି ଜଣେ ବ୍ୟକ୍ତି। ଆଜି ଏଭଳି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ବୈଷ୍ଣବପାଲି ଗାଁରେ ଘଟିଛି। ଗୁରୁତର ଅବସ୍ଥାରେ ଗୁରୁତର ଆହତ ଅଜାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ଗାଁରେ ଲକ୍ଷ୍ମୀଙ୍କ ଭସାଣୀ ଶୋଭାଯାତ୍ରା ହୋଇଥିଲା। ଶୋଭାଯାତ୍ରା ଯାଉଥିବା ବେଳେ ଏକ ନଡ଼ିଆ ବାଣ ନଫୁଟି ରାସ୍ତା କଡ଼ରେ ପଡ଼ିଥିଲା। ସେହି ବାଣଟିକୁ ଭଗବାନ ମୁଣ୍ଡାଙ୍କ ନାତି ସୁନିଲ ଆଣି ଖେଳୁଥିଲା। ହଠାତ ଧୂଆଁ ବାହାରିବାରୁ ଅଜା ଭଗବାନ ନାତି ହାତରୁ ବାଣଟିକୁ ଛଡ଼ାଇ ନେଇଥିଲେ। ହେଲେ ବାଣଟି ଭଗବାନଙ୍କ ହାତରେ ହିଁ ଫୁଟି ଯାଇଥିଲା। ଫଳରେ ତାଙ୍କର ୨ ହାତର ପାପୁଲି ଛିଣ୍ଡି ଯାଇଥିଲା।
ପରିବାର ଲୋକେ ଭଗବାନ ମୁଣ୍ଡାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
from Odisha Reporter https://ift.tt/2yFeNYZ
No comments:
Post a Comment