ଓଡ଼ିଶାର ଲଳିତଗିରିରେ ଏକାଠି ହେଲେ ୧୨ଟି ଦେଶର ୩୦୦ ବୌଦ୍ଧ ଧର୍ମାବଲମ୍ବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଓଡ଼ିଶାର ଲଳିତଗିରିରେ ଏକାଠି ହେଲେ ୧୨ଟି ଦେଶର ୩୦୦ ବୌଦ୍ଧ ଧର୍ମାବଲମ୍ବୀ

ସାଲେପୁର/ ପାରାଦୀପ (ମନୋଜ କୁମାର ଆଚାର୍ଯ୍ୟ ଓ ରମାକାନ୍ତ ନାୟକ): ବିଶ୍ୱରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ଆଜି ଏକାଠି ହୋଇଛନ୍ତି ୧୨ଟି ଦେଶର ୩୦୦ ବୌଦ୍ଧଧର୍ମାଲମ୍ବୀ। ଭାରତ ବ୍ୟତୀତ ହଂକଂ, ମ୍ୟାଲେସିଆ, ଆମେରିକା, ଜର୍ମାନୀ, ସ୍ପେନ, ୟୁକେ, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଭଳି ୧୨ଟି ଦେଶର ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି।

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ପରିବେଶ ସଫାସୁତରା ରଖିବା ଓ ଲିଙ୍ଗଗତ ଅସମାନତା ଦୂର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ପଦଯାତ୍ରା। ‘ଲିଭ୍‌ ଟୁ ଲଭ୍‌’ ଆନ୍ତର୍ଜାତିକ ବୌଧିକ ଧାର୍ମିକ ଅନୁଷ୍ଠାନ’ ପକ୍ଷରୁ ଏହାର ଆୟୋଜନ କରାଯାଇଛି। କଟକ ଜିଲ୍ଲା ମାହାଙ୍ଗାରେ ଥିବା ଭଗବାନ ବୁଦ୍ଧଙ୍କ ପବିତ୍ରପୀଠ ଲଳିତଗିରିରେ ଶୋଭାଯାତ୍ରା ଆୟୋଜିତ ହୋଇଛି। ଏହି ଅବସରରେ ଓଡ଼ିଶାରେ ଥିବା ବୌଦ୍ଧପୀଠର ଉନ୍ନତିକରଣ ପାଇଁ ବିଶ୍ୱ ସମୁଦାୟକୁ ନିବେଦନ କରାଯିବ ବୋଲି ‘ଲିଭ୍ ଟୁ ଲଭ୍’ ଅନୁଷ୍ଠାନର ଆୟୋଜକ କହିଛନ୍ତି।

ବୌଦ୍ଧଧର୍ମାବଲମ୍ବୀଙ୍କ ଏହି ପଦଯାତ୍ରା ଏବେ ଜଗତସିଂହପୁର ଜିଲ୍ଲା ପାରାଦୀପରେ ପହଞ୍ଚିଛି। ପଦଯାତ୍ରୀମାନେ ପାରାଦୀପର ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି। ଏହି ପ୍ରତିନିଧି ଦଳ ପରିବେଶ ସୁରକ୍ଷା ସହ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଉପରେ ସଚେତନତା ମଧ୍ୟ ସୃଷ୍ଟି କରିଛନ୍ତି।

ଦୀର୍ଘ ୧୫ ବର୍ଷ ହେବ ଦେଶବିଦେଶ ପଦଯାତ୍ରା କରି ଜନସତେତନତା ସୃଷ୍ଟି କରୁଛନ୍ତି ଏହି ପ୍ରତନିଧି ଦଳ। ଏହା ସେମାନଙ୍କର ୧୬ତମ ପଦଯାତ୍ରା ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2zatlj0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages