କପିଲ୍‌ଙ୍କ ପାଖରେ ଏବେ ଦୁଇ ଦୁଇଟି ଖୁସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

କପିଲ୍‌ଙ୍କ ପାଖରେ ଏବେ ଦୁଇ ଦୁଇଟି ଖୁସି

kapil

ମୁମ୍ବାଇ: କଥାରେ ଅଛି ଯେତେବେଳେ ଜୀବନରେ ଦୁଃଖ ଆସେ ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତଙ୍କୁ ସାଙ୍ଗରେ ଧରି ଆସେ। ଆଉ ଭଗବାନ୍‌ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି।

ଆଉ ଏହି କଥାଟିର ଯଥାର୍ଥତା କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ବିବାଦ ଘେରରେ ଏବଂ ଶାରିରୀକ ତଥା ମାନସିକ କ୍ଷେତ୍ରରେ ଅସୁସ୍ଥ ରହିବା ପରେ ଏବେ ପୁଣି ଥରେ ସେ ନିଜ ସୁପରହିଟ୍‌ ଶୋ’ ଜରିଆରେ ଛୋଟ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି। ମାନେ ବୁଝି ପାରୁଥିବେ। କପିଲ୍‌ ପୁଣି ଆସୁଛନ୍ତି, ଆପଣଙ୍କୁ ହସେଇ ହସେଇ ବେଦମ୍‌ କରିବେ ବୋଲି।

ଏହା ଛଡ଼ା କପିଲ୍‌ଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଆଉ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ଏହି ଖୁସି ଖବରଟି କ’ଣ ଜାଣିଛନ୍ତି। ଏହା ହେଉଛି ତାଙ୍କ ବାହାଘର।

ଆଜ୍ଞା ହଁ କପିଲ୍‌ଙ୍କ ଘରେ ବହୁତ୍‌ ଜଲ୍‌ଦି ଶଙ୍ଖ ମହୂରୀ ବାଜିବାକୁ ଯାଉଛି।

ରିପୋର୍ଟ ମୁତାବଗକ କପିଲ୍‌ ନିଜ ଗର୍ଲଫ୍ରେଣ୍ଡ୍‌  ଗିନ୍ନୀ ଚତରଥ୍‌ଙ୍କୁ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ  ସେ ପ୍ରସ୍ତୁତି ବି କରି ସାରିଲେଣି। ବିବାହର ସବୁ ରୀତି ଅମୃତସର ପଞ୍ଜାବରେ ଅନୁଷ୍ଠିତ ହେବ । ଏହାପରେ କପିଲ୍‌ ଓ ଗିନ୍ନୀ ନିଜ ଖାସ୍‌ ବନ୍ଧୁମାନଙ୍କ ପାଇଁ ମୁମ୍ବାଇରେ ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିବେ। ଖବର ମୁତାବକ ଦୁହିଁଙ୍କ ବିବାହ ପାରମ୍ପରିକ ରିତିନୀତିରେ ହେବ।

କପିଲ୍‌ ଓ ଗିନ୍ନୀ ଦୁହେଁ ପରସ୍ପରକୁ କଲେଜ୍‌ ଟାଇମ୍‌ରୁ ଜାଣିଛନ୍ତି।  କିଛିମାସ ପୂର୍ବରୁ କପିଲ୍‌ ନିଜ ସମ୍ପର୍କ ବିଷୟରେ ସୋଶାଲ୍‌ ମିଡିଆରେ ସମସ୍ତଙ୍କୁ ଜଣାଇଥିଲେ।

 



from Odisha Reporter https://ift.tt/2yad2mu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages