ଭାରତରେ ଏଲ୍ଇଡି ଟିଭି ତିଆରି କରିବ ଶାଓମି, ମାସକୁ ଉତ୍ପାଦନ କରିବ ଲକ୍ଷେ ୟୁନିଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଭାରତରେ ଏଲ୍ଇଡି ଟିଭି ତିଆରି କରିବ ଶାଓମି, ମାସକୁ ଉତ୍ପାଦନ କରିବ ଲକ୍ଷେ ୟୁନିଟ

67

ତିରୁପତି,(ଓଡ଼ିଶା ରିପୋର୍ଟର): ଚାଇନାର ପ୍ରମୁଖ ସ୍ମାର୍ଟଫୋନ୍ ନିର୍ମାତା ଶାଓମି (ଏମଆଇ)ଅନଲାଇନ୍ ମାର୍କେଟରେ ଭାରତୀୟ ବଜାରରେ ପ୍ରଭୁତ୍ୱ ବିସ୍ତାର କରିବା ପରେ ଏବେ ଏଠାରେ ଏଲ୍ଇଡି ଟିଭି ନିର୍ମାଣ କରିବ ବୋଲି ଘୋଷଣା କରିଛି। ମଙ୍ଗଳବାର ଏ ସମ୍ପର୍କରେ କମ୍ପାନୀ ସ୍ପଷ୍ଟ ସୂଚନା ଦେଇଛି।

ଏଥିପାଇଁ ଶାଓମି ନୋଇଡାର ଡିକ୍ସନ ଟେକ୍ନୋଲୋଜି ନାମକ ଏକ କମ୍ପାନୀର ସହଯୋଗ ନେଇଛି। ଡିକ୍ସନର ଷ୍ଟେଟ-ଅଫ-ଦି-ଆର୍ଟ ଫାସିଲିଟିକୁ ତିରୁପତି ଠାରେ ୩୨ ଏକର ଜମିରେ ସ୍ଥାପନ କରାଯାଇଛି। ଏହାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡ଼ୁ ଉଦଘାଟନ କରି କହିଛନ୍ତି, ତିରୁପତିକୁ ଏକ ଆଇଟି ହବ୍ ଭାବେ ଗଠନ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଶାଓମିର ଏହି ପଦକ୍ଷେପ ଆମର ଲକ୍ଷ୍ୟକୁ ଆଗକୁ ନେବାରେ ସାହାଯ୍ୟ କରିବ।

୩୨ ଏକର ଜମିରେ ଏମ୍ଆଇ ଏଲ୍‌ଇଡି ଟିଭି ମାନୁଫ୍ୟାକଚରିଂ ପ୍ଲାଣ୍ଟରେ ଏବେ ସୁଦ୍ଧା ୮୫୦ ଜଣଙ୍କୁ ନିଯୁକ୍ତି ମିଳି ସାରିଛି। ୨୦୧୯ ଏପ୍ରିଲରୁ ଜୁନ ମଧ୍ୟରେ ଏମ୍ଆଇ ମାସିକ ଏକ ଲକ୍ଷ ୟୁନିଟ୍ ଟିଭି ଉତ୍ପାଦନ କରିବ ବୋଲି କମ୍ପାନୀ ଆଶା ରଖିଛି। ପ୍ରାଥମିକ ପର୍ଯ୍ୟାୟରେ ଏମ୍ଆଇ ଏଠାରେ ୩୨ ଇଞ୍ଚ ଏବଂ ୪୩ ଇଞ୍ଚର ଏଲ୍ଇଡି ସ୍ମାର୍ଟ ଟିଭି ଉତ୍ପାଦନ କରିବ।



from Odisha Reporter https://ift.tt/2QBLM7d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages