
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତୀୟ ଦଳ ୩୬୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ଦଳ ପ୍ରଥମ ଇନିଂସରେ ୫୬ ରନ୍ରେ ଆଗୁଆ ରହିଛି।
ପ୍ରଥମ ଇନିଂସ୍ରେ ଭାରତ ପକ୍ଷରୁ ସବୁଠୁ ଅଧିକ ରନ୍ କରିଛନ୍ତି ରିଷଭ ପନ୍ତ। ସେ ୧୩୪ ବଲ୍ ଖେଳି ୯୨ ରନ୍ କରିଛନ୍ତି। ଏଥିରେ ୧୧ଟି ଚୌକା ଓ ୨ଟି ଛକ୍କା ରହିଛି। ଆଉ ୮ ରନ୍ ପାଇଁ ସେ ଶତକୁ ବଞ୍ଚିତ ହୋଇଛନ୍ତି।
୮୫ ରନ୍ କରି ଗତକାଲିଠାରୁ ଅପରାଜିତ ଥିବା ପନ୍ତ ଆଜି ଶାନ୍ନୋନ ଗାବରିଏଲଙ୍କ ଏକ ବଲ୍ରେ ଶିମ୍ରୋନ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ।
ଲଗାତାର ଦ୍ୱିତୀୟ ଥର ପାଇଁ ସେ ୯୨ ରନ୍ରେ ଆଉଟ୍ ହୋଇଛନ୍ତି।
ରାଜକୋଟ୍ରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍ରେ ସେ ୮୪ଟି ବଲ୍ରେ ୯୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଦେବେନ୍ଦ୍ର ବିଶୋଙ୍କ ଏକ ବଲ୍ରେ ସେ କେମୋ ପାଉଲ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଏହି ୯୨ ରନ୍ ମଧ୍ୟରେ ରହିଥିଲା ୮ଟି ଚୌକା ଓ ୪ଟି ଛକ୍କା।
ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ଋଷଭ ପନ୍ତ ଶତକ ମାରିଥିଲେ।
from Odisha Reporter https://ift.tt/2RN7CG8
No comments:
Post a Comment