କେବେ ଧରା ପଡ଼ିବ ‘ସୁନ୍ଦରୀ’? ପଞ୍ଚମ ଥର ପାଇଁ ଟ୍ରାଙ୍କୁଲାଇଜ୍‌ ଉଦ୍ୟମ ଫେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

କେବେ ଧରା ପଡ଼ିବ ‘ସୁନ୍ଦରୀ’? ପଞ୍ଚମ ଥର ପାଇଁ ଟ୍ରାଙ୍କୁଲାଇଜ୍‌ ଉଦ୍ୟମ ଫେଲ୍‌

Sundari

ଅନୁଗୋଳ(ବିରଜା ଦାସ): ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ‘ସୁନ୍ଦରୀ’କୁ କେବେ କାବୁ କରାଯିବ? ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଆଜି ପଞ୍ଚମ ଦିନରେ ମଧ୍ୟ ଟ୍ରାଙ୍କୁଲାଇଜ୍ କରିପାରିନି ବନବିଭାଗ। କିନ୍ତୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି, ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡ଼ାଯିବ।

ବନ ବିଭାଗ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଘଞ୍ଚ ଜଙ୍ଗଲରେ ଖୋଜୁଛି। କିନ୍ତୁ ‘ସୁନ୍ଦରୀ’ ଧରାଦେଉନାହିଁ। ଝାଡ଼ ଉହାଡ଼ରେ ରହି ଯାଉଛି। ଯାହାଫଳରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇପାରୁ ନାହିଁ। ଗତ ୪ ଦିନ ହେଲା ସେ ଭୋକିଲା ଥିବା ଜଣାପଡ଼ିଛି।

ତେବେ ଆଜି ‘ସୁନ୍ଦରୀ’ ବାଘମୁଣ୍ଡା ନିକଟରେ ବୁଲୁଥିବା ସୂଚନା ମିଳିଥିଲା। ଏହା ଜାଣିପାରି ବନବିଭାଗ ତାକୁ ଆକର୍ଷିତ କରିବା ପାଇଁ ଏକ ଜୀବନ୍ତ ମଇଁଷିକୁ ଥୋପ ଭାବେ ରଖିଥିଲା। କିନ୍ତୁ ବାଘୁଣୀ ମଇଁଷିକୁ ଖାଇବା ପାଇଁ ଆସିନଥିଲା।

‘ସୁନ୍ଦରୀ’ ଧରାଛୁଆଁ ଦେଉନଥିବାରୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ମଧ୍ୟପ୍ରଦେଶରୁ ଆଜି ଆସିବାକୁ ଥିବା ୨ ବିଶେଷଜ୍ଞ ୨୯ ତାରିଖରେ ପହଞ୍ଚିବେ। ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଡିଏଫ୍ଓ।

ଅନ୍ୟପକ୍ଷରେ ବାଘ ଆକ୍ରମଣକୁ ନେଇ ଗତ ସେପ୍ଟେମ୍ବର ୧୨ ତାରିଖରେ ହାତିବାରୀ ବିଟ୍ ହାଉସ୍ ଓ ଟିକ୍ରାପଡ଼ା ରେଞ୍ଜ ଅଫିସ୍ ପୋଡ଼ି ଓ ଭଙ୍ଗାରୁଜା ଘଟଣାରେ ପୁଲିସ ଆଜି ୮ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଟାଇଁସି ଗଣ୍ଡଗୋଳ ଘଟଣାରେ ୧୯ ଜଣ ଗିରଫ ହୋଇଥିଲେ।



from Odisha Reporter https://ift.tt/2Q0hKdi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages