ବେକାର ଗଲା ବିରାଟ୍‌ଙ୍କ ରେକର୍ଡ ଶତକ, ଇଣ୍ଡିଜ୍‌ଠାରୁ ୪୩ ରନ୍‌ରେ ହାରିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ବେକାର ଗଲା ବିରାଟ୍‌ଙ୍କ ରେକର୍ଡ ଶତକ, ଇଣ୍ଡିଜ୍‌ଠାରୁ ୪୩ ରନ୍‌ରେ ହାରିଲା ଭାରତ

ପୁଣେ: ଅଧିନାୟକ ବିରାଟ୍‌ କୋହଲିଙ୍କ ଲଢ଼ୁଆ ତଥା ରେକର୍ଡ ଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପୁଣେର ଏମ୍‌ସିଏ ଷ୍ଟାଡିୟମ୍‌ରେ ଚାଲିଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଦିନିକିଆରେ ୪୩ ରନ୍‌ରେ ପରାସ୍ତ ହୋଇଛି। ବିରାଟ୍‌ଙ୍କ ୧୦୭ ରନ୍‌ର ଇନିଂସ୍‌କୁ ଛାଡ଼ିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଇଣ୍ଡିଜ୍‌ ବୋଲିଂର ସାମ୍ନା କରିପାରି ନଥିଲେ। ଫଳରେ ଦଳ ୪୭.୪ ଓଭର୍‌ରେ ମାତ୍ର ୨୪୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଇଣ୍ଡିଜ୍‌ ଏହି ମ୍ୟାଚ୍‌ଟିକୁ ଜିତି ସିରିଜ୍‌କୁ ୧-୧ରେ ବରାବର କରିଛି। ଭାରତ ପ୍ରଥମ ଦିନିକିଆ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ଟାଏ ହୋଇଥିଲା।

ଇଣ୍ଡିଜ୍‌ ପକ୍ଷରୁ ଜେସନ୍‌ ହୋଲ୍ଡର, ଓବେଡ୍‌ ମ୍ୟାକୟ ଓ ଆଶଲେ ନର୍ସ ଦୁଇଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ମାର୍ଲନ ସାମୁଏଲ୍ସ ଅଧିନାୟକ ବିରାଟ୍‌ ଓ ଟେଲ ଏଣ୍ଡର ଖଲୀଲ ଅହମ୍ମଦ ଏବଂ ବୁମ୍ରାଙ୍କୁ ଆଉଟ୍‌ କରିଥିଲେ। ସେହିପରି କେମାର ରୋଚ୍‌ ୧ ୱିକେଟ୍‌ ନେଇଛନ୍ତି।

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ୨୨ଟି ବଲ୍‌ରେ ବିସ୍ଫୋରକ ୪୦ ରନ୍‌ ସହ ବୋଲିଂରେ ୨ଟି ୱିକେଟ୍‌ ନେଇଥିବା ନର୍ସ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍‌ ଟିମ୍‌ ଇଣ୍ଡିଆ ଆଗରେ ଚ୍ୟାଲେଞ୍ଜିଂ ୨୮୪ ରନ୍‌ର ଟାର୍ଗେଟ ଦେଇଥିଲା। ପୁଣେ ଷ୍ଟାଡିୟମ୍‌ର ବ୍ୟାଟିଂ ଟ୍ରାକ୍‌ରେ ଏହି ସ୍କୋର ବେଶ ସହଜ ମନେ ହେଉଥିଲା। କିନ୍ତୁ ଇନିଂସ୍‌ ଆରମ୍ଭରୁ ହିଁ ଦଳୀୟ ସ୍କୋର ୯ ଥିବା ବେଳେ ବ୍ୟକ୍ତିଗତ ୮ ରନ୍‌ କରି ରୋହିତ ଶର୍ମା ଇଣ୍ଡିଜ୍‌ ଅଧିନାୟକ ଜେସନ୍‌ ହୋଲ୍ଡରଙ୍କ ବଲ୍‌ରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

ଏହାପରେ ଅଧିନାୟକ ବିରାଟ୍‌ ଓ ଶିଖର ଧୱନ୍‌ କିଛି ସମୟ ପାଇଁ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ତେବେ ବଡ଼୍‌ ଶଟ୍‌ ଖେଳିବାକୁ ଯାଇ ଧୱନ(୩୫) ନର୍ସଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ଆଉଟ୍‌ ହେବା ପୂର୍ବରୁ ସେ ଦ୍ୱିତୀୟ ୱିକେଟ୍‌ ପାଇଁ ବିରାଟ୍‌ଙ୍କ ସହ ମିଶି ୭୯ ରନ୍‌ର ଭାଗିଦାରୀ କରିଥିଲେ।

ଏହାପରେ ଅମ୍ବାତି ରାୟିଡୁ(୨୨)ଙ୍କୁ ମ୍ୟାକୟ ଓ ପ୍ରମୋସନ୍‌ ପାଇ ଧୋନିଙ୍କ ଆଗରୁ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ(୨୪)ଙ୍କୁ ନର୍ସ ଆଉଟ୍‌ କରି ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ।

ଧୋନି ମଧ୍ୟ ମାତ୍ର ୭ ରନ୍‌ କରି ହୋଲ୍ଡରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଗୋଟିଏ ପଟେ ୱିକେଟ୍‌ ଖସି ଚାଲିଥିବା ବେଳେ ଅନ୍ୟପାର୍ଶ୍ୱରେ ବିରାଟ୍‌ ଖୁଣ୍ଟ ଭଳି ଛିଡ଼ା ହୋଇ ସିରିଜ୍‌ରେ କ୍ରମାଗତ ୩ୟ ଥର ପାଇଁ ଶତକ ହାସଲ କରିଥିଲେ। ଏଥିସହ ନିଜ ଦିନିକିଆ କ୍ୟାରିୟର୍‌ର ୩୮ତମ ଶତକ ମଧ୍ୟ ହାସଲ କରିଥିଲେ। ଆଶା କରାଯାଉଥିଲା ବିରାଟ୍‌ ଟିମ୍‌କୁ ଜିତାଇବେ।

ହେଲେ ହୋଲ୍ଡର୍‌ ଟିମ୍‌ର ସବୁଠାରୁ ଅଭିଜ୍ଞ ଖେଳାଳି ମାର୍ଲନ୍‌ ସାମୁଏଲ୍ସଙ୍କୁ ବୋଲିଂ କରିବାକୁ କହିଥିଲେ। ସେ ତାଙ୍କର ତୃତୀୟ ବଲ୍‌ରେ ବିରାଟ୍‌ଙ୍କୁ ବୋଲ୍ଡ କରି ଭାରତର ବିଜୟର ରାସ୍ତାକୁ ଏକପ୍ରକାରର ବନ୍ଦ କରିଦେଇଥିଲେ।

ବିରାଟ୍‌ଙ୍କ ପୂର୍ବରୁ ମ୍ୟାକୟ ଭୁବନେଶ୍ୱର କୁମାରଙ୍କୁ ଆଉଟ୍‌ କରିଥିଲେ। ଚହଲଙ୍କୁ କେମାର ରୋଚ୍‌ ଆଉଟ୍‌ କରିଥିବା ବେଳେ ଖଲୀଲ ଓ ବୁମ୍ରାଙ୍କ ୱିକେଟ୍‌ ନେଇ ସାମୁଏଲ୍‌ସ ଟିମ୍‌ ଇଣ୍ଡିଆର ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଏହାପୂର୍ବରୁ ଇଣ୍ଡିଜ୍‌ ସାଇ ହୋପ୍‌ଙ୍କ ୯୫ ରନ୍‌ ବଳରେ ୫୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୨୮୩ ରନ୍‌ କରିଥିଲା।

ଭାରତ ପକ୍ଷରୁ କମ୍‌ବ୍ୟାକ୍‌ କରିଥିବା ବୁମ୍ରା ସର୍ବାଧିକ ୪ଟି ୱିକେଟ୍‌ ନେଥିବା ବେଳେ କୁଲଦୀପ ୨ଟି ଓ ଭୁବନେଶ୍ୱର କୁମାର ଏବଂ ଖଲୀଲ ଅହମ୍ମଦ ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

ଏବେ ୪ର୍ଥ ଦିନିକିଆ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଆସନ୍ତା ୨୯ ତାରିଖରେ ଖେଳାଯିବ।



from Odisha Reporter https://ift.tt/2RlqYkQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages