
ନୂଆଦିଲ୍ଲୀ: ଆପଣ ଅନେକ ଥର ଗୀତର ତାଳେତାଳେ କୁକୁରମାନଙ୍କୁ ନାଚିବାର ଭିଡିଓ ଦେଖିଥିବେ। ହେଲେ ଏଥର ଏକ ରୋବୋଟ୍ କୁକୁର ମ୍ୟୁଜିକର ତାଳେତାଳେ କେମିତି ଡ୍ୟାନ୍ସ କରୁଛି, ତା’ର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବୋଷ୍ଟନ୍ ଡାଇନାମିକ୍ସ ପକ୍ଷରୁ ଏକ ଭିଡିଓ ରିଲିଜ୍ କରାଯାଇଛି। ଏଥିରେ ସ୍ପଟମିନି ରୋବୋଟ୍ର ଏକ ଡ୍ୟାନ୍ସିଂ ଭିଡିଓ ରହିଛି। ଯେଉଁଥିରେ ଏକ କୁକୁର ଆକୃତିର ରୋବୋଟ୍ ଡ୍ୟାନ୍ସ କରୁଛି। ବ୍ରୁନୋ ମାର୍ସଙ୍କ ହିଟ୍ ଗୀତ ଅପଟାଉନ୍ ଫଙ୍କର ତାଳେ ତାଳେ ରୋବୋଟ୍ କୁକୁରଟି ଜମାଣିଆ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ଏହି ରୋବୋଟ୍ଟିର ଓଜନ୍ ୩୦ କେଜି। ଏହାକୁ ଥରେ ଚାର୍ଜ କଲେ ୯୦ ମିନିଟ୍ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ। ତେବେ ବିକ୍ରି ପାଇଁ ଏହା ୨୦୧୯ରେ ହିଁ ବଜାର ପ୍ରବେଶ କରିବ।
ଦେଖନ୍ତୁ ଭିଡିଓ:
from Odisha Reporter https://ift.tt/2R39zNL
No comments:
Post a Comment