କ୍ୱାର୍ଟର ଫାଇନାଲ୍‌ରେ କିଦାମ୍ବି ଶ୍ରୀକାନ୍ତ; ସମୀରଙ୍କ ସହ ହେବ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

କ୍ୱାର୍ଟର ଫାଇନାଲ୍‌ରେ କିଦାମ୍ବି ଶ୍ରୀକାନ୍ତ; ସମୀରଙ୍କ ସହ ହେବ ଲଢ଼େଇ

shreekanta

ଓଡେନ୍ସ(ଡେନ୍‌ମାର୍କ): ଡେନ୍‌ମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ଭାରତର କିଦାମ୍ବି ଶ୍ରୀକାନ୍ତି। ସେ ଚୀନ୍‌ର ପ୍ରସିଦ୍ଧ ଖେଳାଳି ଲିନ୍ ଡାନ୍‌ଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି।

ବିଶ୍ୱ ମାନ୍ୟତାର ୬ ନମ୍ବରରେ ଥିବା ଶ୍ରୀକାନ୍ତ ୧୪ ନମ୍ବରରେ ଥିବା ଲିନ୍‌ଙ୍କୁ ୧୮-୨୧, ୨୧-୧୭, ୨୧-୧୬ରେ ପରାସ୍ତ କରିଥିଲେ। ଗୁରୁବାର ରାତିରେ ଏହି ମ୍ୟାଚ୍ ଖେଳା ଯାଇଥିଲା।

ଶ୍ରୀକାନ୍ତ ତାଙ୍କ କ୍ୟାରିଅରରେ ଦ୍ୱିତୀୟ ଥର ପାଇଁ ଲିନ୍ ଡାନ୍‌ଙ୍କୁ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ୨୦୧୪ ଚୀନ୍ ଓପନ୍‌ରେ ସେ ଲିନ୍‌ଙ୍କୁ ହରାଇଥିଲେ।ସୂଚନାଯୋଗ୍ୟ, ଡାନ୍ ଅଲିମ୍ପିକ୍‌ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ସେ ୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି।

ଆଜି କ୍ୱାର୍ଟର ଫାଇନାଲ୍‌ରେ ଶ୍ରୀକାନ୍ତ ଭାରତର ସମୀର ବର୍ମାଙ୍କୁ ଭେଟିବେ।



from Odisha Reporter https://ift.tt/2J8aHg7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages