
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଓଡିଶାରେ ତିତଲି ଓ ଏହା ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ଏଲପିଜି ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବାପାଇଁ ତିନି ତୈଳ ବିପଣନ କମ୍ପାନୀଙ୍କ ତରଫରୁ ଏଚଏଲସି ପ୍ରିତୀଶ ଭାରତ ଖାଉଟିମାନଙ୍କୁ ସହଯୋଗର ହାତ ବଢାଇଛନ୍ତି।
ରୋଷେଇ ଗ୍ୟାସ୍ ନିତାନ୍ତ ଆବଶ୍ୟକ ଜାଳେଣି ହୋଇଥିବାରୁ ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜିଯିବା ବା କାଗଜପତ୍ର ନଷ୍ଟ ହୋଇଯିବା ସ୍ଥିତିରେ ଖାଉଟିମାନଙ୍କୁ ଯେପରି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ତୈଳ ବିପଣନ କମ୍ପାନୀମାନେ ଯତ୍ନବାନ୍ ବୋଲି ଶ୍ରୀ ଭାରତ କହିଛନ୍ତି। ସେ କହିଛନ୍ତି ଯଦି ଉଜ୍ଜଳା ଯୋଜନାରେ ଗ୍ୟାସ୍ ଉପଭୋକ୍ତାମାନଙ୍କର ସିଲିଣ୍ଡର ହଜିଯାଏ ତାହେଲେ ଉପଯୁକ୍ତ ପ୍ରମାଣ ଦେଇ ମାତ୍ର ୨୦୦ଟଙ୍କା ମୂଲ୍ୟରେ ସିଲିଣ୍ଡର ଯୋଗାଇଦିଆଯିବ। ସେହିପରି ଅନ୍ୟାନ୍ୟ ଘରୋଇ ଏଲପିଜି ଗ୍ରାହକମାନଙ୍କର ସିଲିଣ୍ଡର ନମିଳିବା ପରିସ୍ଥିତିରେ ୧୨୦୦ ଟଙ୍କାରେ ନୂଆ ସିଲିଣ୍ଡର ଯୋଗାଇ ଦିଆଯିବ।
ଏହାଛଡା ଗ୍ୟାସ୍ କାଗଜପତ୍ର ନଷ୍ଟ ହୋଇଯିବା ମାମଲାରେ ମଧ୍ୟ ପୁଣି ଥରେ ନୂଆ କାଗଜ ତିଆରି କରି ଯୋଗାଇ ଦେବାପାଇଁ ତୈଳ ବିପଣନ କମ୍ପାନୀମାନେ ସହଯୋଗ କରିବେ। ଏହି ସୁବିଧା ଯୋଗାଇ ଦେବାପାଇଁ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ ମାନ ଆୟୋଜନ କରାଯିବ ଓ ଏହାର ସୂଚନା ଗ୍ୟାସ୍ ବିତରକ ଓ ଅନ୍ୟାନ୍ୟ ମାଧ୍ୟମରେ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚାଯିବ ବୋଲି ଶ୍ରୀ ଭାରତ ସୂଚନା ଏକ ପ୍ରେସ ବିବୃତିରେ କହିଛନ୍ତି।
from Odisha Reporter https://ift.tt/2Os9C93
No comments:
Post a Comment