
ମୁମ୍ବାଇ: #Me too ଅଭିଯାନ୍ରେ ଭଲ ରକମର ଫସି ଯାଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ଖାନ୍। ତାଙ୍କ ନାଁରେ ଯୌନ ଶୋଷଣ, ଅସଦାଚରଣ, ଶାରିରୀକ ଦୁର୍ବ୍ୟବହାର ଭଳି ଅନେକ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସଦ୍ୟତମ ଅଭିଯୋଗ ଭାବେ ଜଣେ ଅଭିନେତ୍ରୀ ସିମ୍ରନ୍ ସୁରୀ ମଧ୍ୟ ସାଜିଦ୍ଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ ଏହି ଅଭିଯୋଗରେ କହିଛନ୍ତି, ସାଜିଦ୍ ତାଙ୍କ ଜୁହୁସ୍ଥିତ ଘରକୁ ଡାକିଥିଲେ। ସେଠାରେ ତାଙ୍କୁ ପୋଷାକ ଖୋଲି ଉଲଗ୍ନ ହେବାକୁ ସାଜିଦ୍ ତାଙ୍କୁ କହିଥିଲେ। କେହି ଶୁଣିବେନି ବୋଲି ଭାବି ସେ ଏତେଦିନ ଧରି ଚୁପ୍ ରହିଥିଲେ ବୋଲି ସିମ୍ରନ୍ ସୁରୀ କହିଛନ୍ତି।
I kept thinking all these years @whitespeaking to talk about this a## @SimplySajidK and what stopped me was that nobody would listen. He did exactly the same with me while he was casting for Himmatwala. Called me to his juju house and asked me to strip. https://t.co/BSNnMFjv9K
— Simran Suri (@29simran) October 12, 2018
ସାଜିଦ୍ଙ୍କ ନାମରେ ହୋଇଥିବା ଅଭିଯୋଗ ଉପରେ ତାଙ୍କ ଭଉଣୀ ଫିଲ୍ମ ନିର୍ଦ୍ଦେଶକ ଓ କୋରିଓଗ୍ରାଫର ନିଜ ମତପ୍ରକାଶ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ଏହି ଘଟଣା ପରେ ତାଙ୍କ ପରିବାରକୁ ଏକ ଶକ୍ତ ଧକ୍କା ଲାଗିଛି। ଫର୍ହା ନିଜ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ଯେ, ‘‘ମୋ ପରିବାର ପାଇଁ ଏହା ଏକ ଖରାପ ସମୟ। ଏସବୁ ଘଟଣା ଆମ ସମସ୍ତଙ୍କ ମନକୁ ଆଘାତ ଦେଇଛି। ଯଦି ମୋ ଭାଇ କିଛି ଖରାପ ବ୍ୟବହାର କରିଛି ତେବେ ତାକୁ ପ୍ରାୟଶ୍ଚିତ କରିବାକୁ ପଡ଼ିବ। ମୁଁ କୌଣସି ପ୍ରକାରେ ବି ଏଭଳି ବ୍ୟବହାରକୁ ସମର୍ଥନ କରିବି ନାହିଁ। ଆଉ ଏହି ଘଟଣାରେ ଆହତ ହୋଇଥିବା ସବୁ ମହିଳାଙ୍କ ପ୍ରତି ମୋର ସମର୍ଥନ।’’
ସୂଚନା ଯୋଗ୍ୟ ସଲୋନୀ ଚୋପ୍ରା, ରେଚେଲ୍ ହ୍ୱାଇଟ୍ଙ୍କ ସହ ଜଣେ ମହିଳା ସାମ୍ବାଦିକ ବି ତାଙ୍କ ଉପରେ ଯୌନ ଶୋଷଣ କରିବାର ଅଭିଯୋଗ ଆଣିଛନ୍ତି। ଏହି ଘଟଣା ସାଜିଦ୍ଙ୍କ ସମ୍ପର୍କୀୟ ଫରହାନ୍ ଅଖ୍ତରଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି।
I cannot adequately stress how shocked, disappointed and heartbroken I am to read the stories about Sajid’s behaviour.
I don’t know how but he will have to find a way to atone for his alleged actions.— Farhan Akhtar (@FarOutAkhtar) October 12, 2018
ସାଜିଦ୍ ଏହି ଘଟଣା ପରେ ନିର୍ଦ୍ଦେଶନା ଦେଉଥିବା ଆଗାମୀ ଫିଲ୍ ‘ହାଉସ୍ଫୁଲ୍-୪’ରୁ ଓହରି ଯାଇଛନ୍ତି। ସାଜିଦ୍ ଏକଥା ବି କହିଛନ୍ତି, ଯେପର୍ଯ୍ୟନ୍ତ ଏସବୁର ସତ୍ୟାସତ୍ୟ ସାମ୍ନାକୁ ନ ଆସିଛି ସେ ପର୍ଯ୍ୟନ୍ତ ଏସବୁ ଘଟଣା ଉପରେ କୌଣସି ରାୟ ନଦେବାକୁ ସେ ନିଜ ବନ୍ଧୁ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।
from Odisha Reporter https://ift.tt/2yCfwJU
No comments:
Post a Comment