ରାତିରେ ନିଦ ହେଉ ନାହିଁ କି? ଖାଆନ୍ତୁ ଏହି ସବୁ ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ରାତିରେ ନିଦ ହେଉ ନାହିଁ କି? ଖାଆନ୍ତୁ ଏହି ସବୁ ଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ରାତିରେ ଭଲ ନିଦ ନହେବା ଏକ ସାଧାରଣ ସମାସ୍ୟା ହୋଇଗଲାଣି। ବିଶେଷ କରି ଖାଦ୍ୟପେୟ ଓ ଜୀବନଶୈଳୀରେ ଅନିୟମିତତା ଯୋଗୁ ଅଧିକାଂଶ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି। ତେଣୁ ଯଦି ଆମେ ନିଜ ଖାଦ୍ୟପେୟରେ କିଛି ପରିବର୍ତ୍ତନ ଆଣି ପାରିବା, ତେବେ ଏହି ସମସ୍ୟାରୁ ମୁକ୍ତି ଅବଶ୍ୟ ମିଳିବ ଓ ରାତିରେ ଭଲ ନିଦ ହେବ। ଆସନ୍ତୁ ଜାଣିବା, କେଉଁ ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ଆସିଥାଏ।

ଆଲ୍‌ମଣ୍ଡ୍‌: ପ୍ରତିଦିନ ଆଲ୍‌ମଣ୍ଡ୍‌ ଖାଉଥିବା ବ୍ୟକ୍ତିଙ୍କୁ ରାତିରେ ଭଲ ନିଦ ହୋଇଥାଏ। ଏହା ପାଚନକ୍ରିୟାରେ ସାହାଯ୍ୟ କରିଥାଏ। ଏଥିରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଛି। ତେଣୁ ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଆଲ୍‌ମଣ୍ଡ୍‌ ଖାଆନ୍ତୁ।

କ୍ଷୀର: ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ଉଷୁମ କ୍ଷୀର ପିଇବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ। ଏଥିରେ ଥିବା ଏସିଡ୍ ଟ୍ରାଇପ୍‌ଟୋଫନ୍ ନିଦ୍ରାହୀନତା ରୋଗ ପାଇଁ ବରଦାନ ସଦୃଶ। ଆୟୁର୍ବେଦ ଅନୁଯାୟୀ, ଶୋଇବା ପୂର୍ବରୁ କ୍ଷୀର ପିଇଲେ ଏହା ମସ୍ତିଷ୍କକୁ ଶାନ୍ତ କରିଥାଏ। ଫଳରେ ରାତିରେ ଭଲ ନିଦ ହୋଇଥାଏ।

ମାଛ: ମାଛରେ ପ୍ରଚୁର ପରିମାଣର ପ୍ରୋଟିନ୍, ଏସିଡ୍‌ ଟ୍ରାଇପ୍‌ଟୋଫନ, ଓମେଗା-୩ ଓ ଭଟାମିନ୍ ଥାଏ। ତେଣୁ ମାଛ ଖାଇବା ଦ୍ୱାରା ଅନିଦ୍ରାଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଅଣ୍ଡା: ବେଳେବେଳେ ଶରୀରରେ ପ୍ରୋଟିନ୍ର ମାତ୍ରା କମ୍ ଥିବା ହେତୁ ନିଦ୍ରାହୀନତା ଭଳି ସମସ୍ୟା ସୃଷ୍ଟି ହୁଏ। । ଶୋଇବା ପର୍ବରୁ ସିଝା ଅଣ୍ଡା ଖାଇଲେ ଭଲ ନିଦ ହୁଏ। ଏଥିରେ ଥିବା ପ୍ରଚୁର ପରିମାଣର ପ୍ରୋଟିନ୍ ଭଲ ନିଦ ହେବାରେ ସହାୟକ ହୋଇଥାଏ।

ଛେନା: ଛେନା ସ୍ୱାସ୍ଥ୍ୟପକ୍ଷେ ବେଶ୍ ଲାଭଦାୟକ। ରାତିରେ ଭଲ ନିଦ ପାଇଁ ଆପଣ ପ୍ରତିଦିନ ଛେନା ଖାଆନ୍ତୁ। ତେବେ ଅତ୍ୟଧିକ ଛେନା ଖାଇଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଛେନାରେ କ୍ୟାଲସିୟମ ଭରପୂର ଥିବାରୁ ଏହା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।



from Odisha Reporter https://ift.tt/2CwBq5t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages