
ଅନୁଗୋଳ(ଓଡ଼ିଶା ରିପୋର୍ଟର): ସାତକୋଶିଆରେ ପୁଣି ବାଘୁଣୀ ‘ସୁନ୍ଦରୀ’ ଆତଙ୍କ ଖେଳାଇଛି।
ଟାଇଁସି ଗାଁରେ ପଶି ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ତ୍ରିନାଥ ସାହୁ ବୋଲି ସୂଚନା ମିଳିଛି। ଆଜି ସକାଳେ ସେ ମାଛ ମାରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଛି।
ମୃତକଙ୍କ ବେକରେ ଛିଦ୍ର ହୋଇଥିବା ବେଳେ ତାଙ୍କ ନିତମ୍ବରୁ ମାଂସ ଟଣା ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏହା ସୁନ୍ଦରୀର କାମ ବୋଲି ଗାଁ ଲୋକେ କହୁଛନ୍ତି।
ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁ ପାଖରେ ବାଘ ଲୁଚିଥିବା ସୂଚନା ମିଳିଛି।
ଏ ସଂପର୍କରେ ସୂଚନା ପାଇବା ପରେ ଏସିଏଫ୍ ଗାଁକୁ ଯାଇଥିଲେ। ଗାଁ ଲୋକେ ତାଙ୍କୁ ଅଟକ ରଖି ମାଡ଼ ମାରିଥିବା ସୂଚନା ମିଳିଛି।
ଛଅ ସାତ ଦିନ ତଳେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇ ଥିବା ଅଭିଯୋଗ ହୋଇଥିଲା। ରଘୁ ସାୟ ନାମକ ଜଣେ ବ୍ୟକ୍ତିଙ୍କ ବଳଦକୁ ସୁନ୍ଦରୀ ମାରି ଥିବା ଅଭିଯୋଗ ହୋଇଥିଲା।
କିଛି ଦିନ ଧରି ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆକୁ ଫେରିଥିଲା।
ଏହା ପୂର୍ବରୁ ସୁନ୍ଦରୀ ଦୁଇ ଥର ଜନବସତିକୁ ପଶିଥିବା ନେଇ ସୂଚନା ମିଳିଥିଲା।
ମଧ୍ୟପ୍ରଦେଶରୁ ଆସିଥିବା ମହାବଳ କାହ୍ନା ସହ ତାର ମିଳନ ହେବ ଏବଂ ଏକାଠି ରହିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେମିତି କିଛି ହୋଇନି।
from Odisha Reporter https://ift.tt/2S5GItd
No comments:
Post a Comment