
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ପେଟ୍ରୋଲ୍-ଡିଜେଲ୍ରେ ଲାଗୁହେଉଥିବା ଲିଟର ପ୍ରତି ୧.୫୦ ଟଙ୍କାର ଉତ୍ପାଦ ଶୁଳ୍କ ଏବଂ ତୈଳ କମ୍ପାନୀଙ୍କ ପକ୍ଷରୁ ୧ ଟଙ୍କା ହ୍ରାସ କରାଯିବା ପରେ ଏବେ ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ତୈଳଦର ହ୍ରାସ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଉ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଛି ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ତ୍ରିପୁରା, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଘୋଷଣାରୁ। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଘୋଷଣା କରି କହିଛନ୍ତି ସମସ୍ତ ବିଜେପି ଶାସିତ ରାଜ୍ୟ ପେଟ୍ରୋଲ୍-ଡିଜେଲ୍ରେ ଲାଗୁ ହେଉଥିବା ଭ୍ୟାଟ୍ରେ ରହିତି ଦେବେ।
मोदी सरकार द्वारा पेट्रोल और डीजल के दामों में 2.5 रुपए कम करने के निर्णय का मैं स्वागत करता हूँ।
यह निर्णय प्रधानमंत्री श्री @narendramodi जी के नेतृत्व वाली केंद्र सरकार की देश की जनता के हितों के प्रति संवेदनशीलता को दर्शता है।— Amit Shah (@AmitShah) October 4, 2018
କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଘୋଷଣା ଏବଂ ରାଜ୍ୟମାନଙ୍କୁ ଦେଇଥିବା ପ୍ରସ୍ତାବର କିଛି ମିନିଟ୍ ମଧ୍ୟରେ ଲିଟର ପ୍ରତି ୨.୫୦ ଟଙ୍କାର ଟିକସ ରିହାତି ଦେବାପାଇଁ ଏସବୁ ରାଜ୍ୟରୁ ସହମତି ପ୍ରକାଶ ପାଇଛି।
ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ନିଷ୍ପତ୍ତି ସାଧାରଣ ନାଗରିକଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ ବୋଲି କହିଛନ୍ତି।
Thank you Hon PM @narendramodi ji and Union Minister @arunjaitley ji for reducing ₹2.50/litre on both Diesel and Petrol. This will give huge relief to common citizens.
— Devendra Fadnavis (@Dev_Fadnavis) October 4, 2018
ସେହିଭଳି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି, ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବକୁ ସକାରାତ୍ମକଭାବେ ବିଚାର କରି ଗୁଜରାଟ ସରକାର ୨.୫୦ ଟଙ୍କାର ଟିକସ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ଗୁଜରାଟରେ ପେଟ୍ରୋଲ୍-ଡିଜେଲ୍ର ଦର ୫ ଟଙ୍କା ଶସ୍ତା ହୋଇପାରିବ।
Finance Minister Sh @arunjaitley Ji has announced Rs.2.5 cuts in petrol & diesel prices, reciprocating positively to FM’s announcement, the Govt Of Gujarat has also decided to reduce Rs.2.50 on both petrol & diesel. Thus petrol & diesel wd be Rs. 5 cheaper in the State of Gujarat
— Vijay Rupani (@vijayrupanibjp) October 4, 2018
ସୂଚନାଯୋଗ୍ୟ ଯେ, କେନ୍ଦ୍ର ପେଟ୍ରୋଲ୍ ଉପରେ ୧୯.୪୮ ଟଙ୍କା ଏବଂ ଡିଜେଲ୍ ଉପରେ ୧୫.୩୩ ଟଙ୍କା ଉତ୍ପାଦ ଶୁଳ୍କ ଲଗାଇଥାଏ। ରାଜ୍ୟଗୁଡ଼ିକ ମଧ୍ୟ ଏହା ଉପରେ ଭ୍ୟାଟ୍ ଲଗାଇଥାଆନ୍ତି। ମୁମ୍ବାଇରେ ପେଟ୍ରୋଲ୍ରେ ଏହି ଭ୍ୟାଟ୍ର ପରିମାଣ ସର୍ବାଧିକ ୧୯.୧୨ ପ୍ରତିଶତ ଏବଂ ଦିଲ୍ଲୀରେ ୧୭.୨୪ ପ୍ରତିଶତ। ବିହାର, କେରଳ ଏବଂ ପଞ୍ଜାବର ସ୍ଥିତି ଯାହା ସେମାନେ ଏତେ ସହଜରେ ଭ୍ୟାଟ୍ ହ୍ରାସ କରିବା ଭଳି ଲାଗୁ ନାହିଁ।
Thank Hon. PM Sh. @narendramodi & FM Sh. @arunjaitley for their decision to provide relief to common man & reducing the Excise duty levied on Petrol & Diesel by Rs1.50,Our OMCs will also absorb 1 Rupee resulting in an overall reduction of Rs 2.50 in prices of both Petrol & Diesel
— Dharmendra Pradhan (@dpradhanbjp) October 4, 2018
କମାଇବ କି ଓଡ଼ିଶା ?
ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧିକୁ ନେଇ ରାଜ୍ୟ ସାରା ତମ୍ବି ତୋଫାନ୍ କରି ଆସୁଥିବା ଏବଂ ଏହି ପ୍ରସଙ୍ଗକୁ ରାଜନୀତିର ଚଷମାରେ ଦେଖି ଆସୁଥିବା ଓଡ଼ିଶାର ବିଜେଡି ସରକାର ଭ୍ୟାଟ୍ କମ୍ କରିବେ କି ନା ତାହା ସନ୍ଦେହରେ। କେନ୍ଦ୍ର ସରକାର ଏଭଳି ଦର ବୃଦ୍ଧି କରିବା ସାଧାରଣ ଜନତାଙ୍କ ପକେଟ୍କୁ କଷ୍ଟ ହେଉଛି ବୋଲି କହୁଥିବା ଓଡ଼ିଶା ସରକାର କେତେ ଭ୍ୟାଟ୍ ନିଅନ୍ତି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ବର୍ତ୍ତମାନ ଓଡ଼ିଶା ସରକାର ପେଟ୍ରୋଲ୍ ଉପରେ ୨୪.୨୬ ପ୍ରତିଶତର ଭ୍ୟାଟ୍ ଲାଗୁ କରିଛନ୍ତି ଏବଂ ଡିଜେଲ୍ ଉପରେ ୨୫.୦୪ ପ୍ରତିଶତର ଭ୍ୟାଟ୍ ଲାଗୁ କରିଛନ୍ତି। ଏହାକୁ ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଅନ୍ୟମାନଙ୍କ ଭଳି ୨.୫୦ ଟଙ୍କାରୁ ଅଧିକ କମାଇଦେଲେ ମଧ୍ୟ ସେଭଳି କିଛି ରାଜସ୍ୱ ହାନି ହୋଇଯିବ ନାହିଁ। ଏପରି ହେଲେ ସାଧାରଣ ଜନତା ଲାଭବାନ ହୋଇପାରିବେ ବୋଲି ଅର୍ଥନୀତିଜ୍ଞ ମାନେ ପୂର୍ବରୁ ମଧ୍ୟ ମତ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2DZchlI
No comments:
Post a Comment