ଶେଷରେ ଆଇସିଆଇସିଆଇ ବ୍ୟାଙ୍କକୁ ଗୁଡବାଏ କହିଲେ ଚନ୍ଦା କୋଚର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ଶେଷରେ ଆଇସିଆଇସିଆଇ ବ୍ୟାଙ୍କକୁ ଗୁଡବାଏ କହିଲେ ଚନ୍ଦା କୋଚର

ନୂଆଦିଲ୍ଲୀ: (ଓଡିଶା ରିପୋର୍ଟର): ଆଇସିଆଇସିଆଇ ବ୍ୟାଙ୍କର ସିଇଓ ପଦରୁ ଚନ୍ଦା କୋଚର ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ବ୍ୟାଙ୍କର ଚିଫ୍ ଅପରେଟିଂ ଅଫିସର (ସିଓଓ) ସନ୍ଦୀପ ବୈଶାଖ ଦାୟିତ୍ବ ଗ୍ରହଣ କରିବେ। ବ୍ୟାଙ୍କ ଗୁରୁବାର ଏହା ସ୍ପଷ୍ଟ କରିଛି।

ଦୀର୍ଘ ଦିନ ଧରି ଚନ୍ଦା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଥିଲେ। ଅନ୍ୟପକ୍ଷରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅବସର ନେବା ପାଇଁ ସେ ବ୍ୟାଙ୍କକୁ ଅବଗତ କରାଇଥିଲେ। ଶେଷରେ ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡ ତାଙ୍କ ନିବେଦନକୁ ମଞ୍ଜୁରୀ ପ୍ରଦାନ କରିଥିବା ବ୍ୟାଙ୍କ ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ ‍କ୍ଷତିରେ ଚାଲିଥିବା ସାଟେଲାଇଟ ଟେଲିଭିଜନ କମ୍ପାନୀ ଭିଡିଓକନକୁ ବେଆଇନ୍ ଭାବେ ଋଣ ଆବଣ୍ଟନ କରିଥିବା ଅଭିଯୋଗରେ ଚନ୍ଦା ଛନ୍ଦି ହୋଇଛନ୍ତି। ଭିଡିଓକନ କମ୍ପାନୀର ମାଲିକ ବେଣୁଗୋପାଳ ଧୂତଙ୍କୁ ବେଆଇନ୍ ଭାବେ କୋଟି କୋଟି ଟଙ୍କା ଋଣ ପ୍ରଦାନରେ ତାଙ୍କର ସମ୍ପୃକ୍ତି ଅଭିଯୋଗ ରହିଛି।

ଖାଲି ସେତିକି ନୁହେଁ ଏଥିରେ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚର ଏବଂ ତାଙ୍କ ପରିବାରବର୍ଗଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚାଲିଛି। ଏଥିରେ ପ୍ରକୃତରେ ତାଙ୍କ ସମ୍ପୃକ୍ତି ଅଛିକି ନାହିଁ ତାହା ଜାଣିବା ପାଇଁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଅନୁସନ୍ଧାନ ଚଲାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବିଶ୍ବର ପ୍ରଭାବଶାଳୀ ମହିଳା ସିଇଓଙ୍କ ତାଲିକାରେ ସ୍ଥାନ ପାଇଥିବା ଚନ୍ଦା କୋଚର ଭାରତୀୟ ବ୍ୟାଙ୍କିଙ୍ଗ୍ ‍କ୍ଷେତ୍ରରେ ଏକ ଚର୍ଚ୍ଚିତ ଚେହେରା।



from Odisha Reporter https://ift.tt/2zRGwqB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages