ପାଣି ଦେଲେନି ବୋଲି କୋଲ୍ଡ ଡ୍ରିଙ୍କସ୍‌ ଲୁଟିନେଲେ ଫ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ପାଣି ଦେଲେନି ବୋଲି କୋଲ୍ଡ ଡ୍ରିଙ୍କସ୍‌ ଲୁଟିନେଲେ ଫ୍ୟାନ୍‌

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିଅମରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ସଂଖ୍ୟାଧିକ ରେକର୍ଡ ତ ହୋଇଛି, କିନ୍ତୁ ଅନେକଙ୍କ ଅଲକ୍ଷ୍ୟରେ କିଛି ଅଜବ କାଣ୍ଡ ସବୁ ଘଟିଛି। ବିରାଟ ବାହିନୀ ପ୍ରଥମ ଇନିଂସ୍‌ରେ ୩୭୭ ରନ୍‌ ହାସଲ କରିବା ପରେ ଇଣ୍ଡିଜ ଦଳର ଇନିଂସ୍‌ ପୂର୍ବରୁ ବିରତି ସମୟରେ ଦର୍ଶକମାନେ ପିଇବା ପାଣି ଖୋଜିବାକୁ ଲାଗିଲେ।

କୌଣସି ସ୍ଥାନରେ ପାଣି ନଥିବା ଦେଖିବାକୁ ପାଇ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଭେଣ୍ଡରକୁ ପିଇବା ପାଣି ବାବଦରେ ପଚାରିଥିଲେ। ଉତ୍ତରରେ ଭେଣ୍ଡର ଜଣକ କହିଥିଲେ, ପାଣି ଷ୍ଟକ୍‌ ସରିଯାଇଛି ଏବଂ ଏବେ କେବଳ କୋଲ୍ଡ ଡ୍ରିଙ୍କସ୍‌ ଅଛି। ଏତକ ଶୁଣି ଫ୍ୟାନ୍‌ମାନଙ୍କ ରାଗ ଆଉ ସମ୍ଭାଳ ଧରିନଥିଲା। ତୁରନ୍ତ ସେମାନେ କୋଲ୍ଡ ଡ୍ରିଙ୍କସ୍‌ ସବୁ ଲୁଟିବା ଆରମ୍ଭ କରିଥିଲେ।

ଏପରି ଘଟିଥିଲା ସିସିଆଇ ଗେଟ୍‌ ନମ୍ବର ୫ର ବ୍ଲକ୍‌ ନମ୍ବର ୧୪ରେ। ଦର୍ଶକମାନେ ୨୦ ଟଙ୍କାର ବୋତଲକୁ ୪୦ ଟଙ୍କା ଦେଇ କିଣିବା ପାଇଁ ମଧ୍ୟ ରାଜିଥିଲେ। କିନ୍ତୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପାଣି ବୋତଲ କୌଣସି ମଧ୍ୟ ସ୍ଥାନରେ ପାଇନଥିଲେ। କୋଲ୍ଡ ଡ୍ରିଙ୍କସ୍‌ର ଏପରି ଲୁଟ୍‌ ଚାଲିଥିଲେ ମଧ୍ୟ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉପସ୍ଥିତ ଥିବା ପୁଲିସ୍‌ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଇନଥିଲା। ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପାଣି ଯୋଗାଇ ଦିଆଯାଇଥିଲେ ମଧ୍ୟ ସେତେବେଳକୁ ଅନେକ ଡେରି ହୋଇଯାଇଥିଲା।



from Odisha Reporter https://ift.tt/2yFxkEP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages