ଭାଇରାଲ୍‌ ହେଉଛି ସର୍ଫରାଜଙ୍କ ନିଆରା ବ୍ୟାଟିଂ ଷ୍ଟାଇଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଭାଇରାଲ୍‌ ହେଉଛି ସର୍ଫରାଜଙ୍କ ନିଆରା ବ୍ୟାଟିଂ ଷ୍ଟାଇଲ୍‌

ଦୁବାଇ: ଅବୁଧାବିରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଦଳ ଏକଦା ୫୭ ରନ୍‌ରେ ୫ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ବେଳେ ସର୍ଫରାଜ ଓ ଓପନର୍‌ ଫଖର ଜମାନଙ୍କ ୧୪୭ ରନ୍‌ର ଭାଗିଦାରୀ ପାକିସ୍ତାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା। ଉଭୟ ୯୪ ରନ୍‌ ଲେଖାଏ କରି ପ୍ୟାଭିଲିୟନ୍‌ ଫେରିବା ପରେ ପାକିସ୍ତାନ ୨୮୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ତେବେ ୯୪ ରନ୍‌ର ଇନିଂସ୍‌ ଖେଳିଥିବା ସର୍ଫରାଜ ଗତକାଲି ଯେଉଁ ଶୈଳୀରେ ବ୍ୟାଟିଂ କରୁଥିଲେ, ଏବେ ତାହାର ଫଟୋ ଭାଇରାଲ୍‌ ହୋଇଛି।

ସର୍ଫରାଜ ଏଭଳି ଢଙ୍ଗରେ ବ୍ୟାଟିଂ କରୁଥିଲେ ଯେ, ତାଙ୍କର ୩ଟି ଯାକ ଷ୍ଟମ୍ପ ବୋଲରଙ୍କୁ ଦୃଶ୍ୟମାନ ହେଉଥିଲା। ସେ ଇନିଂସ୍‌ ଆରମ୍ଭରୁ ଷ୍ଟମ୍ପ ଛାଡ଼ି ଖେଳୁଥିଲେ ହେଁ କେହି ତାଙ୍କୁ ୯୪ ରନ୍‌ କରିବା ପର୍ଯ୍ୟନ୍ତ ଆଉଟ୍‌ କରିପାରି ନଥିଲେ। ଏଭଳି କୌତୁକିଆ ଓ ନିଆରା ଷ୍ଟାଇଲ୍‌ରେ ସର୍ଫରାଜଙ୍କ ବ୍ୟାଟିଂକୁ ସମେସ୍ତ ପ୍ରଶଂସା କରିଛନ୍ତି। ତେବେ ୯୪ ରନ୍‌ କରିଥିବା ସର୍ଫରାଜଙ୍କୁ ଶେଷରେ ମାରନୁସ୍‌ ଲାବୁସେନ୍‌ ଆଉଟ୍‌ କରିଥିଲେ।

ପାକିସ୍ତାନ ପ୍ରଥମ ଇନିଂସ୍‌ରେ ୨୮୨ ରନ୍‌ କରିଥିବା ବେଳେ ପ୍ରଥମ ଦିନ ଶେଷ ବେଳକୁ ଅଷ୍ଟ୍ରେଲିଆ ୨୦ ରନ୍‌ରେ ଦୁଇଟି ୱିକେଟ୍‌ ହରାଇଥିଲା।



from Odisha Reporter https://ift.tt/2yIW3qO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages