
କଟକ (ଓଡ଼ିଶା ରିପୋର୍ଟର): କଟକରେ ପୁଣି ୩ଟି ନକଲି ମୋବିଲ୍ କାରଖାନା ଠାବ କରାଯାଇଛି। ଜଗତପୁର ଭଇରିପୁରରେ ପୋଲିସ ଏହି କାରଖାନା ଗୁଡିକୁ ଠାବ କରିବା ସହ ଚଢ଼ଉ କରି ୨୦ ହଜାର ଲିଟରରୁ ଅଧିକ ମୋବିଲ୍ ଜବତ କରିଛି।
ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଜଗତପୁର ଥାନା ଏସିପି ତ୍ରିନାଥ ମିଶ୍ର କହିଛନ୍ତି, “ବିଭିନ୍ନ ସ୍ଥାନରୁ ପୋଡ଼ା ମୋବିଲ୍ ଅଣାଯାଇ, ଏଥିରେ କେମିକାଲ, ରଙ୍ଗ ଓ ସେଣ୍ଟ ପକାଇ ନକଲି ମୋବିଲ ତିଆରି କରାଯାଉଛଥିଲା। ଏହାପରେ ନାମୀଦାମୀ କମ୍ପାନୀର ଷ୍ଟିକର୍ ଲଗାଇ ବଜାରରେ ବିକ୍ରି କରାଯାଉଥିଲା। ଘଟଣାର ତଦନ୍ତ କରାଯିବା ପରେ ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ସୂଚନାଯୋଗ୍ୟ ଯେ, ଜଗତପୁର ଅଞ୍ଚଳରେ ନକଲି କାରଖାନା ଠାବ ହେବା କିଛି ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ଏକାଧିକ ନକଲି କାରଖାନା ଠାବ କରାଯାଇଛି। ଗତ ସେପ୍ଟେମ୍ବର ୨୮ ତାରିଖରେ ପୁଲିସ୍ ଜଗତପୁର ଅଞ୍ଚଳରୁ ଏକ ନକଲି ହ୍ୱାଇଟ୍ ସିମେଣ୍ଟ କାରଖାନା ଠାବ କରିବା ସହ ଏହାର ମାଲିକକୁ ଗିରଫ କରିଥିଲା।
from Odisha Reporter https://ift.tt/2Nt1nnM
No comments:
Post a Comment