ଛେଳି କ୍ଷୀର ପିଅନ୍ତୁ ସୁସ୍ଥ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଛେଳି କ୍ଷୀର ପିଅନ୍ତୁ ସୁସ୍ଥ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷୀର ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ କ୍ୟାଲ୍‌ସିୟମ୍‌ ଓ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ଥାଏ।  ଶାରିରୀକ ବିକାଶ ଓ ହାଡ଼ ମଜବୁତ୍‌ ପାଇଁ  କ୍ଷୀର ପିଇବା ଅତ୍ୟନ୍ତ ଆବଶ୍ୟକ ବୋଲି ଡାକ୍ତର କହିଥାନ୍ତି।  କିନ୍ତୁ ଜାଣିଛନ୍ତି ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀର ଅଧିକ ଉପକାରୀ।

ଏଥିରେ ଗାଈ କ୍ଷୀର ଅପେକ୍ଷା ଅଧିକ ପୌଷ୍ଠିକ ତତ୍ତ୍ୱ ଥାଏ।  ତେବେ ଚାଲନ୍ତୁ ଜାଣିବା ଛେଳି କ୍ଷୀରର କ’ଣ ସବୁ ଉପକାରିତା ଅଛି।

ଭିଟାମିନ୍‌: ଛେଳି କ୍ଷୀରରେ କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ, ଭି ୨, ସି ଓ ଡି ପ୍ରଚୁର ପରିମାଣରେ ଥାଏ।

ହାର୍ଟ ପାଇଁ ଉପକାରୀ: ଛେଳିକ୍ଷୀରରେ ମ୍ୟାଗ୍ନେସିୟମ୍‌  ଥାଏ। ଏହା ଏମିତି ଏକ ପୋଷକତତ୍ତ୍ୱ ଯାହା ହୃତ୍‌ସ୍ପନ୍ଦନକୁ ସୂଚାର ରୂପେ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ରକ୍ତରେ ମଇଳା ଜମିବାକୁ ଦିଏନାହିଁ। ଏହି କ୍ଷୀର ପିଇବା ଦ୍ୱାରା କୋଲେଷ୍ଟୋଲ୍‌ ବଢ଼ିବା ଆଶଙ୍କା କମ୍‌ ହୋଇଯାଇଥାଏ। ଏହା ଦ୍ୱାରା ଶରୀରକୁ ଖୁବ୍‌ ଶକ୍ତି ମଧ୍ୟ ମିଳିଥାଏ।

ମୋଟାପା ରୋକିଥାଏ: ଛେଳି କ୍ଷୀରରୁ ମିଳୁଥିବା ତତ୍ତ୍ୱ ଶରୀରର ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ।  କ୍ଷୀରରେ ପ୍ରୋଟିନ୍‌ ଓ କ୍ୟାଲ୍‌ସିୟମ୍‌ ଖୁବ୍‌ ଅଧିକମାତ୍ରାରେ ଥାଏ।  ଏହି ଦୁଇଟି ପୋଷକ ତତ୍ତ୍ୱ  ଓଜନ କମାଇବାରେ ଖୁବ୍‌ ସହାୟକ ହୋଇଥାଏ।  ପ୍ରୋଟିନ୍‌ ମେଟାବୋଲିଜିମ୍‌ ବଢ଼େଇବାରେ ମଧ୍ୟ ଏହା ସହାୟକ ହୋଇଥାଏ।

ପାଚକ କ୍ରିୟା ଠିକ୍‌ କରେ: ଛେଳି କ୍ଷୀରରେ ଗାଈ କ୍ଷୀର ଅପେକ୍ଷା ଫ୍ୟାଟ୍‌ କମ୍‌ ଥାଏ।  ତେଣୁ ଏହା ଶରୀର ପାଇଁ ଆହୁରି ଉପକାରୀ ବୋଲି କୁହାଯାଏ।

ଏନିମିଆରୁ ରକ୍ଷା କରିଥାଏ: ଛେଳି କ୍ଷୀର ଏନିମିଆ ବା ରକ୍ତହୀନତା ରୋକିବାରେ ସହାୟକ ହୋଇଥାଏ। ଏଥିରେ ଆଇରନ୍‌ ପ୍ରଚୁର ମାତ୍ରାରେ ଥାଏ।



from Odisha Reporter https://ift.tt/2pHcn7s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages