ଝିଅ ଆଗରେ ପତ୍ନୀଙ୍କୁ ହତ୍ୟା କଲା ସନ୍ଦେହୀ ସ୍ୱାମୀ, ରାତି ସାରା ଶବ ପାଖରେ ବସି ରହିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଝିଅ ଆଗରେ ପତ୍ନୀଙ୍କୁ ହତ୍ୟା କଲା ସନ୍ଦେହୀ ସ୍ୱାମୀ, ରାତି ସାରା ଶବ ପାଖରେ ବସି ରହିଲା

ନୂଆଦିଲ୍ଲୀ: ପତ୍ନୀ ଦେଖିବାକୁ ସୁନ୍ଦର ହେଇଥିବାରୁ, ସ୍ୱାମୀ ତାଙ୍କୁ ବାରମ୍ବାର ସନ୍ଦେହ କରୁଥିଲେ। ଦିନେ ପରିସ୍ଥିତି ଏମିତି ଉପୁଜିଲା ଯେ ୨୩ ବର୍ଷୀୟ ସନ୍ଦେହୀ ସ୍ୱାମୀ ଏହି କାରଣ ପାଇଁ ନିଜ ପତ୍ନୀଙ୍କୁ ତାଙ୍କର ୨ ବର୍ଷୀୟ ଝିଅ ସାମ୍ନାରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଛି।

ଖାଲି ସେତିକି ନୁହେଁ ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଜଣଙ୍କ ତାଙ୍କ ଶବ ନିକଟରେ ଗୋଟିଏ ଦିନ ବସି ରହିଥିଲା। ଉତ୍ତର ଦିଲ୍ଲୀରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି। କମଲା ମାକେର୍ଟ ପୁଲିସ୍‌ ପକ୍ଷରୁ ଅଭିଯୁକ୍ତ ସ୍ୱାମୀ କାମିଲଙ୍କୁ ଗିରଫ କରିବା ପରେ ସେ ସବୁ କଥା ସ୍ୱୀକାର କରିଛି।

କମଲା ମାକେର୍ଟ ଅଞ୍ଚଳରେ ଥିବା ଏକ ଫ୍ଲାଟ୍‌ରେ କାମିଲ, ତାଙ୍କ ୨୨ ବର୍ଷୀୟ ପତ୍ନୀ ରେଶମା ଓ ୨ ବର୍ଷର ଝିଅ ରହୁଥିଲେ।

ରେଶମା ଦେଖିବାକୁ ଖୁବ ସୁନ୍ଦର ହୋଇଥିବାରୁ ଅନ୍ୟ ପୁରୁଷଙ୍କ ସହ ତାଙ୍କର ସମ୍ପର୍କ ରହିଛି ବୋଲି କାମିଲ ସର୍ବଦା ସନ୍ଦେହ କରି ଆସୁଥିଲେ। ଶୁକ୍ରବାର କାମିଲ ପ୍ରଚୁର ମଦ ପିଇ ଘରକୁ ଆସିବା ସହ ଏ ନେଇ ରେଶମାଙ୍କ ସହ ଝଗଡ଼ା କରିଥିଲେ।

ପରିସ୍ଥିତି ଏପରି ହୋଇଥିଲା ଯେ କାମିଲ ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ।

ହତ୍ୟା କରିବା ପରେ ସେ ମୃତଦେହକୁ ନେଇ କ’ଣ କରିବେ ବୋଲି ଭାବିଭାବି ପତ୍ନୀଙ୍କ ଶବ ନକିଟରେ ଶନିବାର ଦିନ ତମାମ ବସି ରହିଥିଲେ।

ପୁଲିସ୍‌ କୌଣସି ସୂତ୍ରରୁ ଏହାର ଖବର ପାଇ ଫ୍ଲାଟ୍‌ରେ ପହଞ୍ଚିବା ସହ କାମିଲଙ୍କୁ ଜେରା କରିବାକୁ ଉଠାଇ ଆଣିଥିଲା। ଜେରା ସମୟରେ କାମିଲ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

କାମିଲ ଓ ରେଶମା ୩ ବର୍ଷ ତଳେ ବିବାହ କରିଥିଲେ। କାମିଲ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରନ୍ତି।



from Odisha Reporter https://ift.tt/2NZONMO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages