
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ କାର୍ପଟଦାର କୁହାଯାଉଥିବା ହୀରାଗହଣା ବ୍ୟବସାୟୀ ମେହୁଲ ଚୋକ୍ସୀଙ୍କୁ ବିଦେଶ ଉଡ଼ିଯିବାରେ ସାହାଯ୍ୟ କରିଛନ୍ତି ଦେଶର ଅର୍ଥମନ୍ତ୍ରୀ ଅରୁଣ୍ ଜେଟ୍ଲୀ। ଜେଟ୍ଲୀଙ୍କ ଝିଅ ଚୋକ୍ସୀଙ୍କ କମ୍ପାନୀରେ ଚାକିରି କରୁଥିବାରୁ ତାଙ୍କୁ ଜାଣିଶୁଣି ଦେଶଛାଡ଼ି ପଳାଇଯିବାରେ ଜେଟ୍ଲୀ ସାହାଯ୍ୟ କରିଛନ୍ତି।
ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି କାରଣରୁ ଜେଟ୍ଲୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି।
from Odisha Reporter https://ift.tt/2ySES6b
No comments:
Post a Comment