
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର):ବର୍ତ୍ତମାନ ଫୁଏଲ୍ ଷ୍ଟେଶନ କହିଲେ ଆମେ ପ୍ରାୟତଃ ତିନୋଟି କମ୍ପାନୀର ଷ୍ଟେଶନ ଦେଖୁଛେ। ଭାରତ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ କର୍ପୋରେଶନ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ। ଏହି ତିନୋଟି କମ୍ପାନୀ ରାଷ୍ଟ୍ରାୟତ୍ତ। ଯଦିଓ ରିଲାଏନ୍ସ ଭଳି ହାତ ଗଣତି କେତୋଟି ଘରୋଇ କମ୍ପାନୀ ଏ କ୍ଷେତ୍ରରେ ଅଛନ୍ତି ସେମାନେ ଆଖିଦୃଶିଆ ନୁହନ୍ତି। ତେଣୁ ଏ କ୍ଷେତ୍ରରେ ପ୍ରତିଯୋଗିତା ବଢ଼ାଇବା ପାଇଁ ସରକାର ଯୋଜନା କରୁଛନ୍ତି।
ଖୁଚୁରା ବଜାରରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ପାଇଁ ଘରୋଇ ସଂସ୍ଥାଗୁଡ଼ିକୁ ଟାଣିବା ସକାଶେ ସରକାର ନିୟମ କୋହଳ କରିବା ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏକ ଏକ୍ସପର୍ଟ କମିଟି ଗଠନ କରିଛି। ଲାଇସେନ୍ସ୍ ପ୍ରଦାନ କରାଯିବା ଏବେ ଥିବା ନିୟମକୁ କିଭଳି କୋହଳ କରାଯାଇ ପାରିବ ସେଥିପାଇଁ ଆଲୋଚନା ହେଉଛି।
ବର୍ତ୍ତମାନର ନିୟମ ଅନୁସାରେ ଭାରତରେ ଫୁଏଲ୍ ରିଟେଲିଂ ପାଇଁ କମ୍ପାନୀକୁ ହାଇଡ୍ରୋକାର୍ବନ ଏକ୍ସପ୍ଲୋରେଶନ ଆଣ୍ଡ୍ ପ୍ରଡକ୍ସନ୍, ରିଫାଇନିଂ, ପାଇପ୍ଲାଇନ୍ ଏବଂ ଏଲ୍ଏନ୍ଜି ଆଦି କ୍ଷେତ୍ରରେ ୨ ହଜାର କୋଟି ନିବେଶ ରହିଁଥିବା ଦରକାର।
ସୂଚନା ଅନୁସାରେ ଏହି କମିଟିରେ ଅର୍ଥନୀତିଜ୍ଞ କୀର୍ତ୍ତି ପାରିଖ୍, ପୂର୍ବତନ ତୈଳ ସଚିବ ଜି.ସି. ଚତୁର୍ବେଦୀ, ଆଇଓସିଏଲର ପୂର୍ବତନ ଅଧ୍ୟକ୍ଷ ଏବଂ ଆଇଆଇଏମ୍ ଅହମଦାବାଦ୍ର ନିର୍ଦ୍ଦେଶକ ଏମ୍ଏ ପଠାନ୍ ରହିଛନ୍ତି।
ଏହି କମିଟିକୁ ୬୦ ଦିନରେ ରିପୋର୍ଟ ମଗାଯାଇଛି। ସରକାରୀ ସୂତ୍ର ଅନୁସାରେ ସମଗ୍ର ଦେଶରେ ଆଇଓସିଏଲ୍, ବିପିସିଏଲ୍ ଓ ଏଚପିସିଏଲ୍ର ମୋଟ ୬୩, ୪୯୮ ଟି ଫୁଇଏଲ୍ ଷ୍ଟେଶନ ରହିଛି। ସେହିଭଳି ରିଲାଏନ୍ସ, ନାୟାର ଏନର୍ଜି ଆଦି କମ୍ପାନୀର ଅତି ବେଶିରେ ପ୍ରାୟ ୭ ହଜାର ଫୁଏଲ ଷ୍ଟେଶନ ରହିଛି।
from Odisha Reporter https://ift.tt/2R7i1ve
No comments:
Post a Comment