ଏମିତି ଥିଲା ଯାତ୍ରା ଜଗତର ହିଟ୍ ଯୋଡ଼ି ‘ରତି-ମିଟୁନା’ଙ୍କ ପ୍ରେମ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଏମିତି ଥିଲା ଯାତ୍ରା ଜଗତର ହିଟ୍ ଯୋଡ଼ି ‘ରତି-ମିଟୁନା’ଙ୍କ ପ୍ରେମ କାହାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରସ୍ପର ମଧ୍ୟରେ  କିଏ ଆଗେ କହିଥିବ ତ ପୁଣି କିଏ ପଛରେ। କେବେ ମିଳନ ତ କେବେ ବିଚ୍ଛେଦ। କେବେ ହସଖୁସିର ଜୁଆର ତ ପୁଣି କେବେ ଦୁଃଖର ଝଡ଼। ପ୍ରେମ ପାଇଁ କେବେ ପ୍ରେମିକ ଋଷିଥିବ ତ’ ପୁଣି କେବେ ପ୍ରେମିକା। ଦୁହେଁ ଦୁହିଁଙ୍କୁ ମନେଇବାକୁ କେତେ କ’ଣ କରିବାକୁ ପଡ଼ିଥିବ। ମନୋଈ ପ୍ରିୟାକୁ ମନେଇବାକୁ ପ୍ରେମିକକୁ କେତେ ସ୍ୱପ୍ନ ଦେଖେଇବାକୁ ପଡ଼ିଥିବ। ଆଉ ମନ ମାରି ଋଷିଥିବା ପ୍ରେମିକଙ୍କୁ ବୁଝେଇବାକୁ ପ୍ରେମିକାକୁ କେତେ କ’ଣ କାହାଣୀ ରଚିବାକୁ ପଡ଼ିଥିବ।

ଉଭୟଙ୍କ ମଧ୍ୟରେ ଭଲପାଇବାକୁ ନେଇ ଏମିତି କେତେ କେତେ କାହାଣୀ ଯାତ୍ରାଦର୍ଶକ ମଞ୍ଚରେ ଦେଖିଥିବେ। ଇଏ ସବୁ ତ’ ଅଭିନୟର କଥା। ନାଟକର ଷ୍ଟୋରୀ କିମ୍ବା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନା ଅନୁସାରେ ଉଭୟଙ୍କୁ ନାୟକ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼େ। ହେଲେ ମଞ୍ଚରେ ଏହି ମିଛ ଅଭିନୟ ବି ବେଳେବେଳେ ସତ ହୋଇଯାଏ। ମିଛିମିଛିକା ସାଥୀ ହୋଇ ବାଟ ଚାଲିବାକୁ ପଣ କରୁଥିବା ନାୟକ-ନାୟିକା ଆଜି ବାସ୍ତବ ଜୀବନରେ ସାତଜନ୍ମର ସାଥୀ। ଏମିତି କିଛି ରୋଚକ ଜୀବନ କାହାଣୀ ହେଉଛି, ଯାତ୍ରା ଜଗତର ସୁପରହିଟ୍‌ ଯୋଡ଼ି ‘ରତି-ମିଟୁନା’ଙ୍କର।

ରଙ୍ଗୀନ୍‌ ଦୁନିଆର ବେଷ୍ଟ୍-କପଲ୍ ଭାବେ ଜଣାଶୁଣା ରତି-ମିଟୁନା ଯୋଡ଼ିଙ୍କ ଯାତ୍ରାଜୀବନ ଓ ଉଭୟଙ୍କ ପ୍ରେମ କାହାଣୀକୁ ନେଇ ଫେସ୍‌ବୁକରେ ଏକ ପୋଷ୍ଟ ଦେଖିବାକୁ ମିଳିଛି। ସେଥିରେ ସେମାନଙ୍କ ସଫଳ ଯାତ୍ରାର କାହାଣୀ ମଧ୍ୟ ଉଲ୍ଲେଖ ରହିଛି। ଆଜି ଆସନ୍ତୁ ଜାଣିବା ରତି-ମିଟୁନାଙ୍କ ବିଷୟରେ କିଛି ସିକ୍ରେଟ୍ କଥା। ଓଡ଼ିଆ ଯାତ୍ରା ଜଗତର ବହୁପରିଚିତ ଯୋଡ଼ି ହେଉଛନ୍ତି ରତି-ମିଟୁନା। ବାସ୍ତବ ଜୀବନରେ ମଧ୍ୟ ଉଭୟ ପତି-ପତ୍ନୀ।

ରତି ଓରଫ ରତିକାନ୍ତ ପରିଡ଼ାଙ୍କ ଘର ମୟୂରଭଂଜ ଜିଲ୍ଲାର ଉଦଳାରେ। ଆଉ ହିରୋଇନ୍ ମିଟୁନାଙ୍କ ଘର ଜଗତସିଂହପୁର ଜିଲ୍ଲାରେ। ୨୦୦୨ ମସିହାରେ ‘କୋଣାର୍କ ଗଣନାଟ୍ୟ’ରୁ ରତିକାନ୍ତ ପରିଡ଼ା ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ କଳିଙ୍ଗ, ବିଶ୍ୱ ରଙ୍ଗମହଲ, ଇଷ୍ଟର୍ଣ୍ଣ ବ୍ଲୁ ପ୍ରଭୃତି ଜଣାଶୁଣା ଯାତ୍ରାପାର୍ଟିରେ ଅଭିନୟ କରି ସମ୍ପ୍ରତି ସେ ‘କୋଣାର୍କ ଗଣନାଟ୍ୟ’କୁ ତାଙ୍କ ଅଭିନୟର ମଇଦାନ ଭାବେ ବାଛି ନେଇଛନ୍ତି।

ସେହିପରି ମିଟୁନାଙ୍କ ଅଭିନୟ ଜୀବନ ମଧ୍ୟ ଖୁବ୍ ରୋଚକ। ୧୯୯୪ ମସିହାରେ ‘ଜୟଦୁର୍ଗା ଗଣନାଟ୍ୟ’ରେ ପାଦ ଦେଇ ମିଟୁନା ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। ପରେ ମଡର୍ଣ୍ଣ ଅପେରା, ପାର୍ବତୀ ଗଣନାଟ୍ୟ, ଧଉଳି ଗଣନାଟ୍ୟ, କଳିଙ୍ଗ, ବିଶ୍ୱ ରଙ୍ଗମହଲ, ଇଷ୍ଟର୍ଣ୍ଣ ବ୍ଲୁ ପ୍ରଭୃତି ଯାତ୍ରାଦଳରେ ଅଭିନୟ କରି ସମ୍ପ୍ରତି ସେ କୋଣାର୍କରେ ଅବସ୍ଥାପିତ। ଉଭୟ ରତି ଓ ମିଟୁନାଙ୍କ ସାକ୍ଷାତ ହୋଇଥିବା ଏହି କୋଣାର୍କ ଯାତ୍ରା ଦଳରେ।

ସେଉଠୁ ଆରମ୍ଭ ହୁଏ ପ୍ରେମ। ଆଉ ତା’ପରେ ବିବାହ। ଏକମାତ୍ର ପୁତ୍ର କୌସ୍ତୁଭ ପରିଡ଼ାଙ୍କୁ ନେଇ ସେମାନଙ୍କର ସୁଖର ସଂସାର। ରତିକାନ୍ତ ଅଭିନୟ କରିଥିବା ପ୍ରସିଦ୍ଧ ନାଟକଗୁଡ଼ିକ ଭିତରେ ରହିଛି- କଉଡ଼ି ଖେଳ, ଦୁଃଖ ଦେଇଗଲା ଦରଦିବନ୍ଧୁ, ରାଧା ପିନ୍ଧିଦେଲା ମୀରା ସିନ୍ଦୂର, ଆକାଶରେ ମେଘ ନାହିଁ, କଂଗ୍ରେସ କନିଆ ବିଜେଡି ବର, ଛତା ଚିହ୍ନରେ ଭୋଟ ଦିଅ, ରିକ୍ସାଵାଲା, ତୋ ଚାରିଖୁରାକୁ ଜୁହାର। ଉଭୟ ଅଭିନୟ କରିଥିବା ଏବର୍ଷର ପ୍ରମୁଖ ନାଟକଟି ହେଲା- “ଭାଗ୍ୟ ଖେଳୁଛି ଖେଳ”। ଏଥିରେ ରତିକାନ୍ତ ‘ସାଗର’ ଭୂମିକାରେ ଏବଂ ମିଟୁନା ‘ନୀଳିମା’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ‘ସଇତାନ୍‌’ ନାମକ ଯାତ୍ରାରେ ମଧ୍ୟ ଦୁହେଁ ନିଖୁଣ ଅଭିନୟ କରୁଛନ୍ତି।



from Odisha Reporter https://ift.tt/2CxiCCq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages