ବାତ୍ୟା ‘ତିତଲି’ କ୍ଷୟକ୍ଷତି ଭରଣା ଲାଗି ୩୭୫ କୋଟି ଟଙ୍କା ଅନୁମୋଦିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ବାତ୍ୟା ‘ତିତଲି’ କ୍ଷୟକ୍ଷତି ଭରଣା ଲାଗି ୩୭୫ କୋଟି ଟଙ୍କା ଅନୁମୋଦିତ

gajapati

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତଲି’ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଲାଗି ରିଲିଫ ବାବଦକୁ ୩୭୫ କୋଟି ଟଙ୍କା ଦେବେ ସରକାର। ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ସମେତ ଅନ୍ୟ ପ୍ରଭାବିତ ଜିଲ୍ଲାକୁ ଏହି ଟଙ୍କା ଯୋଗାଇ ଦିଆଯିବ ବୋଲି ଆଜି ସଚିବାଳୟରେ ଅନୁଷ୍ଠିତ ବିପର୍ଯ୍ୟୟ ପ୍ରଶମନ ବିଭାଗର କାର୍ଯ୍ୟନିର୍ବାହୀ ବୈଠକରେ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ।

ପ୍ରଥମ ପର୍ଯ୍ୟାୟରେ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୧୦୨ କୋଟି ଟଙ୍କା ଦିଆଯାଇଛି। କ୍ଷୟକ୍ଷତି ଭରଣା ଦିଗରେ ଶକ୍ତି ବିଭାଗକୁ ୨୭ କୋଟି, ଖାଦ୍ୟ ଯୋଗାଣ ବିଭାଗକୁ ୨୦ କୋଟି, ଜଳସଂପଦ ବିଭାଗକୁ ୭, ପୂର୍ତ୍ତକୁ ୫୦, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୫୫ ଓ ପଞ୍ଚାୟତିରାଜ ବିଭାଗକୁ ୬୨୪ କୋଟି ଟଙ୍କା ଦେବାକୁ ସରକାର ଅନୁମୋଦନ କରିଛନ୍ତି।

ସେହିଭଳି ବାତ୍ୟା ହେଲେ ଉପକୂଳ ଜିଲ୍ଲା ନିକଟବର୍ତ୍ତୀ ବୌଦ୍ଧ, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାକୁ ଆବଶ୍ୟକ ଗୁରୁତ୍ୱ ଦିଆଯିବା ସହ ଭୂସ୍ଖଳନକୁ ରୋକିବା ଉପରେ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ଆଜିର ବୈଠକ ପରେ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।



from Odisha Reporter https://ift.tt/2R4mgYo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages