ନାଦାଲଙ୍କ ନିଆରାପଣ, ସ୍ୱେଚ୍ଛାସେବୀଙ୍କ ସହ ମିଶି କଲେ ଏହି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ନାଦାଲଙ୍କ ନିଆରାପଣ, ସ୍ୱେଚ୍ଛାସେବୀଙ୍କ ସହ ମିଶି କଲେ ଏହି କାମ

tt

ମାଦ୍‌ରିଦ୍ (ସ୍ପେନ୍‌): ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍‌ଙ୍କ ଜନ୍ମସ୍ଥାନ ମାନାକୋର୍ ସହର ଭୟଙ୍କର ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏଥିରେ ଅତିକମ୍‌ରେ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ବନ୍ୟା ପରେ ଏବେ ସେଠାରେ ସଫେଇ କାର୍ଯ୍ୟ ଚାଲିଛି। ଅନେକ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇଛନ୍ତି। ବିଶ୍ୱର ଜଣେ ନାମୀଦାମୀ ଟେନିସ୍ ଖେଳାଳି ହୋଇଥିବା ସତ୍ତ୍ୱେ ନାଦାଲ୍ ବି ଏହି କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରୁ କାଦୁଅ ଓ ଅଳିଆ ସଫା କରିବା କାର୍ଯ୍ୟରେ ସେ ଲାଗିଛନ୍ତି।

nadalଖାଲି ସେତିକି ନୁହେଁ, ବନ୍ୟା ପ୍ରଭାବିତ ଲୋକଙ୍କୁ ନାଦାଲ୍ ମାନାକୋର୍ ନିକଟରେ ଥିବା ତାଙ୍କ ଟେନିସ୍ ଏକାଡେମୀରେ ଆଶ୍ରୟ ମଧ୍ୟ ଦେଇଥିଲେ।

ସୂଚନାଯୋଗ୍ୟ, ସ୍ପେନ୍‌ର ଏହି ଖେଳାଳି ୧୭ଟି ଗ୍ରାଣ୍ଡ ସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ୍ ଜିତିଛନ୍ତି। ଏଥିରେ ରହିଛି ୧୧ଟି ଫ୍ରେଞ୍ଚ୍ ଓପନ୍ ଟାଇଟଲ୍‌, ୩ଟି ୟୁଏସ୍ ଓପନ୍ ଟାଇଟଲ୍‌, ଦୁଇଟି ୱିମ୍ବଲଡନ୍ ଟାଇଟଲ୍‌ ଓ ଗୋଟିଏ ଅଷ୍ଟ୍ରେଲିଆନ୍ ଓପନ୍
ଟାଇଟଲ୍‌।



from Odisha Reporter https://ift.tt/2A5JBn7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages