
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷମା ମାଗିଲେ ଅଭିଜିତ ଆୟର ମିତ୍ର। ସେ ତାଙ୍କ କ୍ଷମାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। କ୍ଷମାପତ୍ରକୁ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି।
ଓଡ଼ିଶାର ବିଧାୟକମାନଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେବା କାରଣରୁ ତାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆସିଥିଲା। ଏହି ମାମଲାରେ ସେ କ୍ଷମା ମାଗିଛନ୍ତି। ବିଧାନସଭା ଗୃହ କମିଟି ଆଗରେ ଆଜି ହାଜର ହେବାକୁ ତାଙ୍କୁ ନୋଟିସ୍ ପଠା ଯାଇଥିଲା।
ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ବୈଠକ ବସିଛି। ତେବେ ଅଭିଜିତ ଆୟର ଗୃହ କମିଟି ଆଗରେ ହାଜର ହୋଇ ନାହାନ୍ତି।
ସୂଚନାଯୋଗ୍ୟ, ସେ ଓଡ଼ିଶା,କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୋଶାଲ ମିଡିଆରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ।
ସେପ୍ଟେମ୍ବର ୨୦ ତାରିଖରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା କିନ୍ତୁ ପରେ ସେ ଜାମିନରେ ଛାଡ଼ ପାଇଥିଲେ। ତାଙ୍କୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ। ମାତ୍ର ପରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।
from Odisha Reporter https://ift.tt/2QFGzvd
No comments:
Post a Comment