ଏୟାର୍ ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଯୋଧପୁର ବିମାନବନ୍ଦରରେ ସେବା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଏୟାର୍ ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଯୋଧପୁର ବିମାନବନ୍ଦରରେ ସେବା ବନ୍ଦ

ଯୋଧପୁର: ରାଜସ୍ଥାନର ଯୋଧପୁରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା ମିଳିଛି। ବୋମା ରହିଥିବା ଖବର ମିଳିବା ପରେ ଯୋଧପୁର ବିମାନବନ୍ଦରରୁ ସବୁ ସେବାକୁ ବାତିଲ କରିଦିଆଯାଇଛି। ଏବେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯିବା ସହ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଯୋଧପୁର ବିମାନ ବନ୍ଦରକୁ ଲାଗି ଭାରତୀୟ ବାୟୁସେନାର ଏୟାର୍ ବେସ୍‌ ରହିଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ବିମାନ ବନ୍ଦରରୁ କେବଳ ଏୟାର୍ ଇଣ୍ଡିଆ, ଜେଟ୍‌ ଏୟାରୱେଜ୍‌ ଓ ସ୍ପାଇସ୍‌ ଜେଟ୍‌କୁ ସେବା ପ୍ରଦାନ କରିବା ପାଇଁ ଅନୁମତି ମିଳିଛି।

ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଥିବାରୁ ବିସ୍ତୃତ ସୂଚନା ମିଳିପାରିନାହିଁ।



from Odisha Reporter https://ift.tt/2Neef0N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages