ରୋଷ୍ଟନ୍‌ଙ୍କ ଶତକ; ୩୧୧ରେ ଅଟକିଲା ୱେଷ୍ଟଇଣ୍ଡିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ରୋଷ୍ଟନ୍‌ଙ୍କ ଶତକ; ୩୧୧ରେ ଅଟକିଲା ୱେଷ୍ଟଇଣ୍ଡିଜ୍‌

rostan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌।

ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍‌ରେ ୩୧୧ ରନ୍‌ କରି ଆଜି ଅଲ୍‌ ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ରୋଷ୍ଟନ୍ ଚେଜ୍ ସର୍ବାଧିକ ୧୦୬ ରନ୍ କରିଛନ୍ତି। ଅଧିନାୟକ ଜେସନ୍ ହୋଲ୍‌ଡର ୫୨ ରନ୍ କରିଛନ୍ତି।

ଗତକାଲି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୭ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ଆଜି ଦଳୀୟ ଖାତାରେ ଆଉ ୧୬ ରନ୍ ଯୋଡ଼ି ବାକି ଖେଳାଳିମାନେ ଆଉଟ୍ ହୋଇଯାଇଥିଲେ।

୯୮ ରନ୍ କରି ଅପରାଜିତ ରହିଥିବା ରୋଷ୍ଟନ୍ ଆଜି ଶତକ ପୂରଣ କରିଥିଲେ। ସେ ୧୮୯ ବଲ୍‌ରୁ ୧୦୬ ରନ୍ କରିଥିଲେ। ଏଥି ମଧ୍ୟରେ ୬ଟି ଚୌକା ଓ ଗୋଟିଏ ଛକ୍କା ସାମିଲ ରହିଛି।

ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୬ଟି ୱିକେଟ୍ ନେଇଛନ୍ତି। କୁଲଦୀପ୍ ଯାଦବ ୩ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଛନ୍ତି।

ଭାରତ ତା’ର ପ୍ରଥମ ଇନିଂସ୍ ବ୍ୟାଟିଂ କରୁଛି। ଲୋକେଶ ରାହୁଲ ଓ ପୃଥ୍ୱୀ ଶ’ ଇନିଂସ୍ ଓପନ୍ କରିଛନ୍ତି।



from Odisha Reporter https://ift.tt/2pRTZIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages