୨ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

୨ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓକିଲ ଆନ୍ଦୋଳନର ରାଜନୀତିକରଣ କରିବା ଏବେ ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି। ଆଜି ହାଇକୋର୍ଟ ପରିସରରେ ଓକିଲଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାପରେ କଂଗ୍ରେସ ନିଜର କାର୍ଡ ଖୋଲିଛି। ନଭେମ୍ବର ୨ତାରିଖ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚେତାବନୀ ଦିଆଯାଇଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, “ଓଡିଶାରେ ବିଚାର ବିଭାଗ ଅଚଳ ଏବଂ ସ୍ଥାଣୁ ହୋଇଯାଇଛି। ଓକିଲମାନଙ୍କର ଆନ୍ଦୋଳନ ଦୁଇ ମାସ ଧରି ଚାଲିବା ଫଳରେ ରାଜ୍ୟବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛୋଟ ଛୋଟ କେସରେ ଗିରଫ ହୋଇଥିବା ଲୋକମାନେ ଏଥିପାଇଁ ଜେଲରେ ସଢୁଛନ୍ତିି । ରାଜ୍ୟରେ ବିଚାର ବିଭାଗର ଏହି ଅବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଯିଏକି ଘରୋଇ ବିଭାଗର ଦାୟିତ୍ୱରେ ଅଛନ୍ତି ସିଏ ମୁଖ୍ୟତଃ ଦାୟୀ। ଅତ୍ୟନ୍ତ ଦାୟିତ୍ୱହୀନ ଭାବରେ ଗୃହ ବିଭାଗ ଏବଂ ଆଇନ୍ ବିଭାଗ କାର୍ଯ୍ୟ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏହାର ଘୋର ନିନ୍ଦା କରୁଛି। ଏହା ଶାସକ ଦଳର ନିକମା ପଣିଆ ବ୍ୟତୀତ ଅନ୍ୟ କିଛି ନୁହେଁ। ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ହାଇକୋର୍ଟ ଭିତରେ ଏକ ନିନ୍ଦନୀୟ ଘଟଣା ଘଟିଛି।”

“ଆଜି ହାଇକୋର୍ଟ ଭିତରକୁ ପୁଲିସ ବାହିନୀ ପ୍ରବେଶ କରିଛନ୍ତି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ଓକିଲ ସମାଜକୁ ରାଜନୀତିକ ବିବାଦ ଭିତରକୁ ଶାସକ ଦଳ ଟାଣିବା ଅତ୍ୟନ୍ତ ନିନ୍ଦନୀୟ। ବିଜୁ ଜନତା ଦଳର ଲିଗାଲ୍ ସେଲ୍ ଅତ୍ୟନ୍ତ ଅପରିପକ୍ୱ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସେମାନେ ବିଚାର ବ୍ୟବସ୍ଥାର ଏହି ଅଚଳାବସ୍ଥାରେ ସୁଧାର ଆଣିବାକୁ ପ୍ରଚେଷ୍ଟା କରିପାରି ଥାଆନ୍ତେ।”

ମାତ୍ର ତାହା ନକରି ସେମାନେ ଆନ୍ଦୋଳନକୁ ଭିନ୍ନ ମୋଡ଼ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ବିଭୁପ୍ରସାଦ ତରାଇ, ସୁଦର୍ଶନ ଦାସ, ହିମାଂଶୁ ଲେଙ୍କା, ମନୋଜ ମହାପାତ୍ର, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।



from Odisha Reporter https://ift.tt/2zaR16I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages