ସଚିନ୍‌ ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ସଚିନ୍‌ ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ତାଙ୍କ ଦିନିକିଆ କ୍ୟାରିୟରର ୨୧ତମ ଶତକ ହାସଲ କରିଛନ୍ତି। ସେ ମାତ୍ର ୯୮ଟି ବଲରେ ୧୩ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ମାଇଲ୍‌ଷ୍ଟୋନ୍‌ରେ ପହଞ୍ଚିଛନ୍ତି।

ଆଜିର ମ୍ୟାଚ୍‌ରେ ରୋହିତ ୧୩୭ଟି ବଲ୍‌ରେ ୧୬୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ସପ୍ତମଥର ପାଇଁ ରୋହିତ ଏଭଳି ୧୫୦ରୁ ଅଧିକ ରନ୍‌ କରିବାର ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ହେବାର ରେକର୍ଡ ମଧ୍ୟ କରିଛନ୍ତି।

ତେବେ ୨୧ତମ ଶତକ ହାସଲ କରି ରୋହିତ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୧୮୬ଟି ଇନିଂସ୍‌ରେ ଏଭଳି ୨୧ତମ ଦିନିକିଆ ଶତକ ହାସଲ କରିଥିବା ବେଳେ ସଚିନ୍‌ ୨୦୦ଟି ଓ ଗାଙ୍ଗୁଲି ୨୧୭ଟି ଇନିଂସ୍‌ରେ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିଲେ।

କିନ୍ତୁ ସବୁଠାରୁ କମ୍‌ ଇନିଂସ୍‌ରେ ୨୧ତମ ଶତକ ହାସଲ କରିବା ରେକର୍ଡ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ନାଁରେ ରହିଛି। ସେ ମାତ୍ର ୧୧୬ଟି ଇନିଂସ୍‌ରେ ଏଭଳି ମାଇଲଷ୍ଟୋନ୍‌ ସ୍ଥାପନ କରିଥିଲେ। ତାଙ୍କ ପଛକୁ ବିରାଟ୍‌ କୋହଲି ୧୩୮ଟି ଇନିଂସ ଓ ଏବି ଡି ଭିର୍ଲସ ୧୮୩ଟି ଇନିଂସ୍‌ରେ ନିଜ ନିଜର ୨୧ତମ ଦିନିକିଆ ଶତକ ହାସଲ କରିଥିଲେ।


ରୋହିତ ଆଜି ମଧ୍ୟ ଦିନିକିଆରେ ସର୍ବାଧିକ ଛକା ମାରିବାରେ ସଚିନ୍‌ଙ୍କୁ ପଛରେ ପକାଇଛନ୍ତି। ସଚିନ୍‌ ତାଙ୍କ ଦିନିକିଆ କ୍ୟାରିୟର୍‌ରେ ୧୯୫ଟି ଛକା ମାରିଥିବା ବେଳେ ରୋହିତ ଏହାକୁ ଅତିକ୍ରମ କରି ୧୯୭ଟି ଛକା ମାରିଛନ୍ତି। ଛକା ମାରିବା ତାଲିକାରେ ରୋହିତ ଓ ସଚିନ୍‌ଙ୍କଠାରୁ ଏକମାତ୍ର ଭାରତୀୟ ଭାବେ ମହେନ୍ଦ୍ର ସିଂହ ଧୋନି(୨୧୮) ଆଗରେ ରହିଛନ୍ତି।

 



from Odisha Reporter https://ift.tt/2CK6xKl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages