‘ହ୍ୱାଟସ୍‌ଆପ୍‌’ର delete for every one ଫିଚର୍‌ରେ ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

‘ହ୍ୱାଟସ୍‌ଆପ୍‌’ର delete for every one ଫିଚର୍‌ରେ ପରିବର୍ତ୍ତନ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ‘ହ୍ୱାଟସ୍‌ଆପ୍‌’ ଫିଚର୍‌ରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଆପଣ ଜାଣିଥିବେ। ଏହି ଫିଚର୍‌ରେ ଆପଣ ଭୁଲ୍‌ରେ ପଠାଇ ଦିଆ ଯାଇଥିବା ମେସେଜ୍‌କୁ ତୁରନ୍ତ ‘ହ୍ୱାଟସ୍‌ଆପ୍‌’ରୁ ଡିଲିଟ୍‌ କରିବାର ସୁବିଧା ପାଉଥିଲେ।
ଏହି ଫିଚର୍‌ ଆସିବା ପରେ କେତେକ ୟୁଜର୍‌ ଏହାର ଅପବ୍ୟବହାର ମଧ୍ୟ କରିଥିଲେ। ଏଥିପାଇଁ କମ୍ପାନୀ ଏହି ଫିଚର୍‌ରେ କିଛି ପରିବର୍ତ୍ତନ କରିବା ସହ ସର୍ତ୍ତ ମଧ୍ୟ ଲଗାଇଛି।

ଆସନ୍ତୁ ଜାଣିବା, ପରିବର୍ତ୍ତିତ ଫିଚର୍‌ ଓ ଏହାକୁ ଡିଲିଟ୍‌ ପାଇଁ ରହିଥିବା ସମ୍ପର୍କରେ।

ବର୍ତ୍ତମାନ ଏହି ମେସେଜ୍‌ ଡିଲିଟ୍‌ କରିବାର ସମୟ ୧ ଘଣ୍ଟା ୮ ମିନିଟ୍‌ ଏବଂ ୧୬ ସେକେଣ୍ଡ୍‌ ରଖାଯାଇଛି। ଅର୍ଥାତ୍‌ ଆପଣ ଭୁଲ୍‌ରେ କୌଣସି ମେସେଜ୍‌ କାହାକୁ ପଠାଇଛନ୍ତି ଏବଂ ଏହାକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି, ତେବେ ଏହି ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ହିଁ ଏହା କରିପାରିବେ।
ହ୍ୱାଟସ୍‌ଆପ୍‌ ଫିଚର୍‌କୁ ଟ୍ରାକ୍‌ କରୁଥିବା ୱେବ୍‌ସାଇଟ୍ WABetaInfoର ଟ୍ୱିଟ୍‌ ଅନୁସାରେ, ଆପଣ ହ୍ୱାଟସ୍‌ଆପ୍‌ରେ ପଠାଇଥିବା ମେସେଜ୍‌କୁ ଡିଲିଟ୍‌ କରିବା ପରେ ଯଦି ୧୩ ଘଣ୍ଟା ୮ ମିନିଟ୍‌ ୧୬ ସେକେଣ୍ଡ୍‌ ମଧ୍ୟରେ ଅନ୍ୟ ଜଣେ ୟୁଜର୍‌ଙ୍କ ପାଖରେ ପହଞ୍ଚି ନଥାଏ, ତେବେ ଏହି ମେସେଜ୍‌ ଆଉ ଡିଲିଟ୍‌ ହୋଇପାରିବ ନାହିଁ।
ଉଦାହରଣ ସ୍ୱରୂପ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ମେସେଜ୍‌ ପଠାଇଛନ୍ତି ଏବଂ ଏହାକୁ ଡିଲିଟ୍‌ କରିଦେଇଛନ୍ତି। କିନ୍ତୁ ସେହି ବ୍ୟକ୍ତିଙ୍କର ଯଦି ମୋବାଇଲ୍‌ ଫୋନ୍‌ ଆପଣ ମେସେଜ୍ ପଠାଇବାର ୧୩ ଘଣ୍ଟା ୮ ମିନିଟ୍‌ ୧୬ ସେକେଣ୍ଡ୍‌ ଯାଏ ବନ୍ଦ ଥାଏ, ତେବେ ଏହା ଡିଲିଟ୍‌ ହୋଇପାରିବ ନାହିଁ।



from Odisha Reporter https://ift.tt/2P1YCyg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages