#MeToo ବଢ଼ାଇଲା ସରକାରଙ୍କ ଚିନ୍ତା,ଗଢ଼ାଯିବ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

#MeToo ବଢ଼ାଇଲା ସରକାରଙ୍କ ଚିନ୍ତା,ଗଢ଼ାଯିବ କମିଟି

ନୂଆଦିଲ୍ଲୀ: ଏବେ ‘ମି ଟୁ’ (#MeToo) ଅଭିଯାନ ବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଦେଶବ୍ୟାପୀ ବିତର୍କ ଓ ବାକ୍‌ଯୁଦ୍ଧ ଜାରି ରହିଛି। ବିଭିନ୍ନ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଚାରପତିଙ୍କ ଯାଏ ସବୁ କ୍ଷେତ୍ରରେ ମହିଳାମାନେ କିଭଳି ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି, ସେକଥା ସର୍ବସମ୍ମୁଖରେ କହିବା ଆରମ୍ଭ କରିଛନ୍ତି। ଦିନକୁ ଦିନ ଦେଶରେ ‘ମି ଟୁ’ ମାମଲା ବଢ଼ୁଥିବାରୁ ଏବେ ଏହାର ମୁକାବିଲା କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି।

ଏହି ‘ମି ଟୁ’ ମାମଲାରେ ଉଭୟ ସରକାର ଓ ପୀଡ଼ିତାଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଖୁବ୍‌ଶୀଘ୍ର ୪ ଜଣ ପୂର୍ବତନ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଆଜି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରସ୍ତାବିତ ୪ ଜଣିଆ କମିଟି କିଛି ‘ମି ଟୁ’ ମାମଲାର ବିଚାର କରିବ। ଏହାପରେ କମିଟି ପୀଡ଼ିତା ଏବଂ ସରକାର ଏବେ କ’ଣ କରିପାରିବେ, ସେ ସମ୍ପର୍କରେ ମଧ୍ୟ ପରାମର୍ଶ ଦେବେ। ଅଭିଯୋଗ ଆଣୁଥିବା ପ୍ରତ୍ୟେକ ମହିଳା କିଭଳି ମାନସିକ ଯନ୍ତ୍ରଣା ପାଉଥିବେ, ସେକଥା ମୁଁ ବୁଝି ପାରୁଛି ବୋଲି ସେ କହିଛନ୍ତି।

ପୂର୍ବରୁ ମାନେକା କହିଥିଲେ, କ୍ଷମତାରେ ଥିବା ବ୍ୟକ୍ତିବିଶେଷମାନେ ସାଧାରଣତଃ ଏଭଳି କରୁଛନ୍ତି। ଏହା ମିଡିଆଠାରୁ ଆରମ୍ଭ କରି ରାଜନୀତିକ ଦଳ ଓ ବଡ଼ବଡ଼ କମ୍ପାନୀରେ ମଧ୍ୟ ଘଟୁଛି। କିନ୍ତୁ ମହିଳାମାନେ ଯୌନ ନିର୍ଯାତନାର ଶିକାର ହେଉଥିଲେ ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ସେମାନେ ଭାବୁଛନ୍ତି, ଯଦି ମୁହଁ ଖୋଲିବେ, ତା’ହେଲେ ସମାଜ ଓଲଟା ସେମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବ। କିନ୍ତୁ ଏବେ ଯଦି ସେମାନେ ମୁହଁ ଖୋଲୁଛନ୍ତି, ତା’ହେଲେ ଆମେ ସେମାନଙ୍କ ଉତ୍ପୀଡ଼ନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି।

ଶ୍ରୀମତୀ ଗାନ୍ଧି ଆହୁରି କହିଛନ୍ତି, “ଆମ ସହ ଯିଏ ବଦମାସୀ କରିଥାଏ, ତାକୁ ଆମେ କେବେ ବି ଭୁଲି ନଥାଉ। ତେଣୁ ପୀଡ଼ିତା ଜଣଙ୍କ ଯେତେ ବର୍ଷ ପରେ ମଧ୍ୟ ଅଭିଯୋଗ ଫର୍ଦ୍ଦ ଦାଖଲ କଲେ, ଆଇନ୍‌ ମନ୍ତ୍ରଣାଳୟ ଏନେଇ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ। ପୀଡ଼ିତା ଯେ କୌଣସି ମୂହୁର୍ତ୍ତରେ ଏ ସମ୍ପର୍କରେ ଅଭିଯୋଗ କରିପାରିବେ। ପୀଡ଼ିତାମାନେ ଚାହିଁଲେ ୧୦ରୁ ୧୫ ବର୍ଷ ପରେ ମଧ୍ୟ ସେମାନଙ୍କ ସହ ଘଟିଥିବା ଯୌନ ଉତ୍ପୀଡ଼ନ ସମ୍ପର୍କରେ ଅଭିଯୋଗ କରିପାରିବେ।”



from Odisha Reporter https://ift.tt/2OkhkSy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages