ଆଗାମୀ ୪୮ ଘଣ୍ଟାରେ ସାରା ବିଶ୍ୱରେ ବନ୍ଦ ହୋଇପାରେ ଇଣ୍ଟର୍‌ନେଟ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ଆଗାମୀ ୪୮ ଘଣ୍ଟାରେ ସାରା ବିଶ୍ୱରେ ବନ୍ଦ ହୋଇପାରେ ଇଣ୍ଟର୍‌ନେଟ୍‌!

puspa2

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଯଦି ଆପଣ ସମସ୍ତ କାର୍ଯ୍ୟରେ ଇଣ୍ଟର୍‌ନେଟ୍‌ର ବ୍ୟବହାର ଜରୁରି ହେଉଛି, ତେବେ ସତର୍କ ହୋଇଯାଆନ୍ତୁ। ବିଶେଷ କରି ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ କରୁଥିବା ବ୍ୟକ୍ତି ଅଧିକ ଅସୁବିଧାରେ ପଡ଼ିପାରନ୍ତି।

ଆପଣ ଭାବୁଥିବେ, ଏପରି କହିବାର କାରଣ କ’ଣ ହୋଇପାରେ। ଏହାର କାରଣ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇଣ୍ଟର୍‌ନେଟ୍‌ ସୁବିଧା ବନ୍ଦ ହେବାର ସମ୍ଭାବନା ରହିଛି। ‘ଋଷିଆ ଟୁଡେ’ର ରିପୋର୍ଟ ଅନୁସାରେ, ଇଣ୍ଟର୍ନେଟ୍‌ ୟୁଜର୍ସଙ୍କୁ Connection Failure ହେବାର ଏରର୍‌ ମେସେଜ୍‌ ମିଳିପାରେ। ଏହାର କାରଣ କିଛି ସମୟ ପାଇଁ ମେନ୍‌ ଡୋମେନ୍‌ ଏବଂ ଏହା ସହିତ ଜଡ଼ିତ ଥିବା ନେଟ୍‌ୱାର୍କ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଡାଉନ୍‌ ରହିବାର ସମ୍ଭାବନା ରହିଛି।

‘ଦି ଇଣ୍ଟର୍‌ନେଟ୍‌ କର୍ପୋରେସନ୍‌ ଅଫ୍‌ ଆସାଇଣ୍ଡ୍‌ ନେମ୍‌ ଆଣ୍ଡ୍‌ ନମ୍ୱର’(ICANN) ଦ୍ୱାରା ‘କ୍ରିପ୍ଟୋଗ୍ରାଫିକ୍‌ କି’(ତଥ୍ୟକୁ ସୁରକ୍ଷିତ ରଖିବା ଏବଂ ଯୋଗାଯୋଗ ପାଇଁ ବ୍ୟବହୃତ ହେଉଥିବା ଗୁପ୍ତ ନମ୍ୱର)ରେ କିଛି ପରିବର୍ତ୍ତନ କରାଯାଇ ମେଣ୍ଟେନାନ୍‌ସ୍ କାମ କରାଯିବାରୁ ୟୁଜର୍ସମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ‘କ୍ରିପ୍ଟୋଗ୍ରାଫିକ୍‌ କି’ ପରିବର୍ତ୍ତନ ଯୋଗୁ ଇଣ୍ଟର୍‌ନେଟ୍‌ Address Book, Name System (DNS)କୁ ସୁରକ୍ଷା ଦେବା ପାଇଁ କରାଯାଉଛି।

ICANNର କହିବା ଅନୁସାରେ ବଢ଼ୁଥିବା ସାଇବର୍‌ କ୍ରାଇମ୍‌କୁ ବନ୍ଦ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। Communication Regulatory Authorityଙ୍କ କହିବା ଅନୁସାରେ ଯଦି ଇଣ୍ଟର୍‌ନେଟ୍‌ ସେବା ଦେଉଥିବା କମ୍ପାନୀମାନେ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି, ତେବେ ଏଥିପାଇଁ କିଛି ୟୁଜର୍ସ ପ୍ରଭାବିତ ହୋଇପାରନ୍ତି। ଏହାର ପ୍ରଭାବରୁ ରକ୍ଷା ପାଇବା ପାଇଁ ଆପଣ System Security Extensionକୁ Enabled କରିପାରିବେ।  ଆଗାମୀ ୪୮ ଘଣ୍ଟା ମଧ୍ୟରେ ୟୁଜର୍ସଙ୍କୁ ୱେବ୍‌ପେଜ୍‌କୁ ଖୋଲିବା ଏବଂ ଏଥିରେ କରାଯାଉଥିବା ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍‌ସନ୍‌ କରିବା ପାଇଁ ସମସ୍ୟା ଦେଖାଦେଇପାରେ। ବହୁ ଦିନ ଧରି ସେବା ଯୋଗାଇ ଆସୁଥିବା କମ୍ପାନୀଗୁଡ଼ିକ ମଧ୍ୟ ୟଜର୍ସଙ୍କୁ ଗ୍ଲୋବାଲ୍‌ ଆକ୍‌ସେସ୍‌ ଦେବା ପାଇଁ ସମସ୍ୟାରେ ପଡ଼ିପାରନ୍ତି।

ICANNର ଅର୍ଥ କ’ଣ?
‘ଦି ଇଣ୍ଟର୍‌ନେଟ୍‌ କର୍ପୋରେସନ୍‌ ଅଫ୍‌ ଆସାଇଣ୍ଡ୍‌ ନେମ୍‌ ଆଣ୍ଡ୍‌ ନମ୍ୱର’(ICANN) ଏକ ବେସରକାରୀ ସଂସ୍ଥା ଅଟେ। ଏହି ସଂସ୍ଥା ସାରା ବିଶ୍ୱର ଇଣ୍ଟର୍‌ନେଟ୍‌ ନେଟ୍‌ୱାର୍କର ରକ୍ଷଣାବେକ୍ଷଣ କରିବା ସହିତ ଏହାକୁ ସୁରକ୍ଷା ଦେଇଥାଏ।
ଏହା ବ୍ୟତୀତ ଏହି ସଂସ୍ଥା IP Address Space, Protocol Parameter, DNS Management and Root Server System Management Functionର କାର୍ଯ୍ୟ କରିଥାଏ।



from Odisha Reporter https://ift.tt/2yv8LJI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages