#MeToo: ମାନେକା ଗାନ୍ଧିଙ୍କ ପ୍ରସ୍ତାବକୁ ଗ୍ରହଣ କଲାନି ପିଏମ୍‌ଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

#MeToo: ମାନେକା ଗାନ୍ଧିଙ୍କ ପ୍ରସ୍ତାବକୁ ଗ୍ରହଣ କଲାନି ପିଏମ୍‌ଓ

ନୂଆଦିଲ୍ଲୀ:ଭାଇରାଲ୍‌ ଭିଡିଓ ଭଳି ଦେଶରେ ଏବେ ‘ମି-ଟୁ’ ଅଭିଯାନ ବ୍ୟାପିବାରେ ଲାଗିଛି। ଜଣଙ୍କ ପରେ ଜଣେ ମହିଳା ସେମାନଙ୍କ ସହ ବିଭିନ୍ନ କ୍ଷେତ୍ରରେ ଘଟିଥିବା ଯୌନ ନିର୍ଯାତନା ସମ୍ପର୍କରେ ମୁହଁ ଖୋଲି ବହୁ ସେଲିବ୍ରିଟି ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଏପରି କି ଏହି ‘ମି ଟୁ’ ଯୋଗୁ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କ ପଦ ମଧ୍ୟ ଯାଇଛି।

ତେବେ ଏହି ମି-ଟୁ ଅଭିଯୋଗଗୁଡ଼ିକର ବିଚାର ଏବଂ ସରକାରଙ୍କୁ ଏ ସମ୍ପର୍କରେ ପରାମର୍ଶ ଦେବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବିତ କମିଟିରେ ୩ରୁ ୪ ଜଣ ଅବସରପ୍ରାପ୍ତ ବିଚାରପତି ରହିଥାଆନ୍ତେ।

ହେଲେ ଏଭଳି ପ୍ରସ୍ତାବକୁ ପିଏମ୍‌ଓ ଖାରଜ କରିଦେଇଛନ୍ତି। ତିନିଜଣ ବିଚାରପତିଙ୍କ ବଦଳରେ ୩ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନେଇ ପିଏମ୍‌ଓ ଏକ କମିଟି ଗଠନ କରିବ ବୋଲି ନିଷ୍ପତ୍ତି ନେଇଛି। ତେବେ କ’ଣ ପାଇଁ ବିଚାରପତିଙ୍କ ବଦଳରେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନେଇ କମିଟି ଗଠନ କରାଯିବ, ତାକୁ ନେଇ ପ୍ରଶ୍ନ ଉଠିଛି।

ଜଣେ ବ୍ୟକ୍ତି କହିଛନ୍ତି, ସରକାରଙ୍କ ଯେଉଁ ମନ୍ତ୍ରୀ ଓ ଦଳୀୟ ନେତା ମି-ଟୁରେ ଫସିଛନ୍ତି, ସେମାନଙ୍କ ମାମଲାର ତଦନ୍ତ ଭାର ତାଙ୍କର ସହଯୋଗୀଙ୍କୁ ଦିଆଯାଉଛି। ଏଥିରୁ ତଦନ୍ତ କେତେ ନିରପେକ୍ଷ ହେବ, ତାହା ସ୍ପଷ୍ଟ।

ସରକାର ଗଠନ କରିଥିବା ଏହି ଅନୁସନ୍ଧାନ କମିଟିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିବେ।



from Odisha Reporter https://ift.tt/2yn6KQu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages