ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ରାଜନୀତି ସରଗରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ରାଜନୀତି ସରଗରମ

bjp

କୋଣାର୍କ (ଓଡ଼ିଶା ରିପୋର୍ଟର): କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଆଜି ପୁରୀ ମେଡିକାଲରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ମହିଳା କଂଗ୍ରେସ ଓ ବିଜେପିର ମହିଳା ମୋର୍ଚ୍ଚା ମୁଖ୍ୟ ଭେଟିବା ପରେ ସରକାରଙ୍କ କଟୁ ସମାଲୋଚନା କରିଛନ୍ତି।

ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ପୀଡ଼ିତାଙ୍କୁ ଭେଟିବା ଆସିବା ପରେ ପ୍ରଭାତୀ ରାଜ୍ୟ ସରକାର ଏବଂ ଜିଲ୍ଲା ପୁଲିସକୁ ଭର୍ତ୍ସନା କରିଥିଲେ। ପୁଲିସର ଇଙ୍ଗିତରେ କୋଣାର୍କରେ ଦୀର୍ଘଦିନ ହେଲା ସେକ୍ସ ରାକେଟ ଚାଲିଛି ବୋଲି ପ୍ରଭାତୀ ଅଭିଯୋଗ କରିଛନ୍ତି। ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଆଣି ଦଲାଲମାନେ ଏଭଳି କାରବାର ଚଳାଉଥିବାବେଳେ, ଜାଣିଶୁଣି ପୁଲିସ ଚୁପ୍ ରହୁଥିବା ସେ ଅଭିଯୋଗ କରିଛନ୍ତି।

ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେପଟେ ପୁରୀ ଅତିରିକ୍ତ ଏସ୍.ପି ଗାଗାରିନ୍ ମହାନ୍ତି କହିଛନ୍ତି, ‘‘ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ତଦନ୍ତ କରୁଛି। ଘଟଣାର ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଇମୋରାଲ ଟ୍ରାଫିକ ପ୍ରିଭେନ୍ସନ ଆକ୍ଟ ୧୯୫୬ ଅନୁଯାୟୀ ସେକ୍ସନ ୩, ୪, ୫, ୬, ୭ରେ ମାମଲା ରୁଜୁ କରାଯାଇ ଇନ୍ସପେକ୍ଟର ଏବଂ ଏସ୍‌ଡିପିଓଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି।



from Odisha Reporter https://ift.tt/2QVOq7Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages