
ନୂଆଦିଲ୍ଲୀ:ମହଙ୍ଗା ପଡ଼ିଲା ‘ମି ଟୁ’ ଅଭିଯୋଗ। ଟାଟା ସନ୍ସର ବ୍ରାଣ୍ଡ କନ୍ସଲ୍ଟାଣ୍ଟ ସୁହେଲ୍ ସେଠ୍ଙ୍କ ସହ ସମ୍ପର୍କ ଛିନ୍ନ କଲା ଟାଟା। ଆସନ୍ତା ମାସରେ ସୁହେଲ୍ ସେଠ୍ ଟାଟା କମ୍ପାନୀ ସହ କୌଣସି ଭାବରେ ଜଡ଼ିତ ରହିବେନି ବୋଲି ଆଜି ବିଧିବଦ୍ଧ ଭାବେ ଟାଟା ସନ୍ସ ପକ୍ଷରୁ ସୂଚନା ଜାରି ହୋଇଛି ।
ଟାଟା ସନ୍ସର ପବ୍ଲିକ୍ ରିଲେସନ୍ସ ବିଭାଗ ମୁଖ୍ୟ ବ୍ରାଣ୍ଡ କନ୍ସଲ୍ଟାଣ୍ଟ ହେଉଛନ୍ତି ସୁହେଲ୍ ସେଠ୍। ତେବେ ତାଙ୍କ ଉପରେ ୬ ରୁ ଅଧିକ ମହିଳା ଅସଦାଚରଣ ଅଭିଯୋଗ ଆଣିଥିଲେ। ମଡେଲ୍ ଡ୍ୟାଣ୍ଡ୍ର ସୋରେସ୍, ନିର୍ଦ୍ଦେଶିକା ନତାସାଜା ରାଠୋର୍, ଲେଖିକା ଈରା ତ୍ରିବେଦୀ ପ୍ରମୁଖ ସୁହେଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ଯାହାକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ସୁହେଲ ଏବଂ ଟାଟା ସନ୍ସ । ଏନେଇ ଟାଟା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା। ଅଭିଯୋଗକୁ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ତେବେ ନଭେମ୍ବର ୩୦ ତାରିଖରେ ସୁହେଲ୍ଙ୍କ ସହ ଟାଟାର ଚୁକ୍ତି ସମାପ୍ତ ହେଉଛି । ଏହାପରେ ଟାଟା ସନ୍ସ ସୁହେଲଙ୍କ ସହ କୌଣସି ସମ୍ପର୍କ ନରଖିବାକୁ ନିଷ୍ପତ୍ତି ନେଇଛି।
from Odisha Reporter https://ift.tt/2O7P8xb
No comments:
Post a Comment