#MeToo: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ବୟାନ୍‌ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

#MeToo: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ବୟାନ୍‌ ରେକର୍ଡ

ନୂଆଦିଲ୍ଲୀ: #MeToo ବିବାଦରେ ଫସି ମନ୍ତ୍ରୀ ପଦ ହରାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କ ବୟାନ୍‌ ଆଜି ଦିଲ୍ଲୀର ଏକ କୋର୍ଟରେ ରେକର୍ଡ କରାଯାଇଛି। ଆକବରଙ୍କ ବିରୋଧରେ “ମିଟୁ” ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକଙ୍କ ବିରୋଧରେ ସେ ମାନହାନି ମାମଲା ରୁଚୁ କରିଥିଲେ। ଆଜି ଏହାର ଶୁଣାଣି କରାଯାଇଥିଲା।

ଏହି ସମୟରେ ଆକବର ନିଜର ପକ୍ଷ ରଖି କହିଛନ୍ତି, “ ମୋ ବିରୋଧରେ ବିବାଦୀୟ ଟ୍ୱିଟ୍‌ କରିଥିବାରୁ ମୁଁ ସାମ୍ବାଦିକ ପ୍ରିୟା ରମାନିଙ୍କ ନାଁରେ ଅପରାଧିକ ମାନହାନି କେସ୍‌ ରୁଜୁ କରିଛି। ମୁଁ ଆଫ୍ରିକା ଟୁର୍‌ରୁ ଫେରିବା ପରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲି। ମୋ ସମ୍ମାନକୁ କ୍ଷତି ପହଞ୍ଚା ଭଳି ପ୍ରିୟା ଟ୍ୱିଟ୍‌ କରିଛନ୍ତି। ପ୍ରିୟା ଅକ୍ଟୋବର ୧୦ରୁ ୧୩ ମଧ୍ୟରେ ଏକାଧିକ ଆପତ୍ତି ଜନକ ଟ୍ୱିଟ୍‌ କରିଥିଲେ। କିନ୍ତୁ ଏସବୁ ମିଛ ଥିଲା।”

ଆକବର ଆହୁରି କହିଛନ୍ତି, ୨୦୧୭ରେ ‘ ଦି ଭଗ୍‌’ରେ ମୋତେ ଟାର୍ଗେଟ କରି ଏକ ସ୍ତମ୍ଭ ପ୍ରକାଶ ପାଇଥିଲା। କିନ୍ତୁ ଏହି ସ୍ତମ୍ଭ ଏବଂ ପ୍ରିୟାଙ୍କ ଟ୍ୱିଟ୍‌ରେ ଅସଙ୍ଗତି ରହିଛି। ସ୍ତମ୍ଭରେ ମୋ ନାଁ ନଥିଲା। ଏ ସମ୍ପର୍କରେ ଯେତେବେଳେ ପ୍ରିୟାଙ୍କୁ ପଚରା ଯାଇଥିଲା, ସେ ମୁଁ କିଛି କରିନାହିଁ ବୋଲି କହିଥିଲେ। ହେଲେ ଏବେ ଟ୍ୱିଟ୍‌ କରି ମୋ ନାଁ କହିଛନ୍ତି। ଏଥିରୁ ପୂରା ଘଟଣା କ’ଣ ବୁଝାପଡ଼ୁଛି ବୋଲି ଆକବର କହିଛନ୍ତି। ଏଥିସହ ପ୍ରିୟାଙ୍କ ଟ୍ୱିଟ୍‌ ପାଇଁ ସେ ଇସ୍ତଫା ଦେଇଥିବା କଥା କହିଛନ୍ତି।

କୋର୍ଟ ନଭେମ୍ବର ୧୨ରେ ପରବର୍ତ୍ତୀ ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

ରାଜନୀତିକୁ ଆସିବା ପୂର୍ବରୁ ଆକବର ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ପ୍ରିୟା ରମାନି ଏବଂ ଅନ୍ୟ ୨୦ ଜଳ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2zfEwaa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages