
ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ଆଜି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକବର ମାନହାନି ମାମଲା ଦାଏର କରିଛନ୍ତି। ପ୍ରିୟା ଜାଣିଶୁଣି, ପୂର୍ବାଗ୍ରହ ରଖି ଓ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ #MeToo ଅଭିଯାନ ଜରିଆରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ବୋଲି ଶ୍ରୀ ଆକବର ପଟିଆଲା ହାଉସ୍ କୋର୍ଟରେ ମାମଲା ରୁଜୁ କଲାବେଳେ ଉଲ୍ଲେଖ କରିଛନ୍ତି।
ଏଥିରେ ଆହୁରି କୁହାଯାଇଛି ଯେ, ଆବେଦନକାରୀ(ଆକବର) ସାମ୍ବାଦିକତାରେ ପ୍ରସିଦ୍ଧି ଲାଭ କରିଥିଲା। ସେ ଭାରତରେ ପ୍ରଥମ କରି ରାଜନୀତିକ ବିଷୟବସ୍ତୁ ଥିବା ସପ୍ତାହିକ ମ୍ୟାଗାଜିନ୍ ଆରମ୍ଭ କରିଥିଲେ। କିନ୍ତୁ ଏଭଳି ଏକ ବ୍ୟକ୍ତିଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରିୟା ରମାନି ସୋଶାଲ୍ ମିଡିଆରେ ଏଭଳି ଭିତ୍ତିହୀନ ଅଭିଯୋଗ କରିଛନ୍ତି।
ଭାରତୀୟ ପିଙ୍ଗଳ କୋଡ୍ ସେକସନ୍ ୫୦୦ ଅନୁଯାୟୀ, ଯଦି ମାନହାନି ମାମଲାରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଏ, ତା’ହେଲେ ତାଙ୍କୁ ୨ ବର୍ଷ ଜେଲ୍ଦଣ୍ଡ ଓ ଜୋରିମାନା ଦେବାକୁ ପଡ଼ିବ।
#MeToo ଅଭିଯୋଗ ତାଲିକାରେ ତାଙ୍କ ନାମ ଯୋଡ଼ିହେବା ପରେ ସୋଶାଲ ମିଡିଆରେ ଏବଂ ଅନ୍ୟ କିଛି ପ୍ରମୁଖ ଗଣମାଧ୍ୟମରେ ଆକବରଙ୍କ ଚରିତ୍ରକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ। ଏପରି କି ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ।
କେବଳ ପ୍ରିୟା ନୁହେଁ ଅନ୍ୟ ୧୪ ଜଣ ମହିଳା ମଧ୍ୟ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହି ମହିଳାମାନେ ଆକବରଙ୍କ ଅଧୀନରେ ସାମ୍ବାଦିକତା କରୁଥିବା ବେଳେ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ।

from Odisha Reporter https://ift.tt/2Ab3Y29
No comments:
Post a Comment