ଅଡ଼ୁଆରେ ୧୦,୦୦୦ ଜମାକାରୀ, ଘରେ ପହଞ୍ଚିଲାଣି ନୋଟିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଅଡ଼ୁଆରେ ୧୦,୦୦୦ ଜମାକାରୀ, ଘରେ ପହଞ୍ଚିଲାଣି ନୋଟିସ୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର) ବିମୁଦ୍ରାକରଣ ଭୂତ ଏଯାଏ ଛାଡ଼ିନି। କେନ୍ଦ୍ର ସରକାର ଭିତରେ ଭିତରେ ଖୋଳତାଡ଼୍‌ ଚଲାଇଛନ୍ତି। ନିକଟରେ ଅର୍ଥମନ୍ତ୍ରଣାଳୟ ଅନ୍ତର୍ଗତ ରାଜସ୍ଵ ବିଭାଗ ପାଖାପାଖି ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌ ପଠାଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ ଆଉ ସପ୍ତାହେ ୨ ସପ୍ତାହ ମଧ୍ୟରେ ନୋଟିସ୍ ସଂଖ୍ୟା ପୁଣି ବୃଦ୍ଧି ପାଇ ପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।

୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା କରି ୫୦୦  ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଥିଲେ। ଉକ୍ତ ସମୟରେ ଯେଉଁମାନଙ୍କ ଆକାଉଣ୍ଟରେ ଜମା ପରିମାଣ ଅସ୍ୱାଭାବିକ ଭାବେ ମାତ୍ରାଧିକ ବୃଦ୍ଧି ପାଇଥିଲା ସେମାନଙ୍କୁ ସରକାର ନଜରରେ  ରଖିଛନ୍ତି।

ଏହି ସମୟରେ  ଯେଉଁମାନେ ବେଆଇନ ଟଙ୍କା ଜମା କରିଛନ୍ତି, ସେମାନଙ୍କ ସବିଶେଷ ତଥ୍ୟ ରହିଛି। ଖାଲି ଆୟକର ବିଭାଗ ନୁହେଁ, ଏକାଧିକ ତଦନ୍ତକାରୀ ସଂସ୍ଥା ଏହି ତଥ୍ୟକୁ ବିଭିନ୍ନ ସମୟରେ ତର୍ଜମା କରିପାରିବେ ବୋଲି ଆଧିକାରୀ ଜଣକ କହିଛନ୍ତି।



from Odisha Reporter https://ift.tt/2CKai3g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages