ବଜାରକୁ ଆସୁଛି ବହୁପ୍ରତିକ୍ଷିତ OnePlus 6T, ଜାଣନ୍ତୁ କେତେ ରହିଛି ମୂଲ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ବଜାରକୁ ଆସୁଛି ବହୁପ୍ରତିକ୍ଷିତ OnePlus 6T, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ:ବହୁପ୍ରତିକ୍ଷିତ OnePlus 6T ସ୍ମାର୍ଟଫୋନ୍‌ ଆଜି ଲଞ୍ଚ ହେବ। ପୂର୍ବରୁ ଏହି ସ୍ମାର୍ଟ ଫୋନ୍‌ ଅକ୍ଟୋବର ୩୦ରେ ଲଞ୍ଚ ହେବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅକ୍ଟୋବର ୩୦ରେ ଆପଲ୍‌ର ଇଭେଣ୍ଟ ଥିବାରୁ ଏହାର ତାରିଖ ବଦଳାଯାଇଥିଲା। OnePlus 6T ଫୋନ୍‌ର ଲଞ୍ଚ ନ୍ୟୁୟର୍କରେ କରାଯିବ।

ଆଜି ଆମରିକାରେ ଏହି ଫୋନ୍‌ ଲଞ୍ଚ କରାଯିବା ପରେ ୩୦ରେ ଏନେଇ ଭାରତରେ କମ୍ପାନୀ ପକ୍ଷରୁ ଏକ ଇଭେଣ୍ଟର ଆୟୋଜନ କରାଯାଉଛି।  ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ର ବିଶେଷତ୍ୱ କ’ଣ ରହିଛି। OnePlus 6 ଭଳି OnePlus 6T ଫୋନ୍‌ର ଆକାର ଏକାଭଳି ଆସିବ । ତେବେ ଫିଚର଼ରେ କିଛିଟା ପରିବର୍ତ୍ତନ ଆସିବ। OnePlus 6T ଫୋନ୍‌ରେ 845 processor, 8GB  RAM, 256GB ଷ୍ଟୋରେଜ୍‌ ଆଦି ସୁବିଧା ରହିବ।

ସେହିପରି ଏଥିରେ ଡ୍ୟୁଆଲ ରିଅର କ୍ୟାମେରା  ବି ରହିବ। ତେବେ 8GB  RAM ଏବଂ  ୧୮ଜିବ ରାମ୍‌ ଥିବା ଫୋନ୍‌ର ମୂଲ୍ୟ 47,400 ଟଙ୍କା ଆସିବ ବୋଲି ଚର୍ଚ୍ଚା ହେଉଛି। ହେଲେ ଅଦ୍ୟାବଧି ଏହି ଫୋନ୍‌ର ମୂଲ୍ୟ ନେଇ ସ୍ଥିର ହୋଇ ନାହିଁ। ତେବେ ଆପଣ ଏହାକୁ ଆମାଜନ୍‌ରେ ଅର୍ଡ଼ର କରିପାରିବେ।



from Odisha Reporter https://ift.tt/2SrXRxB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages