ଦୀପାବଳିରେ ଏମିତି କରନ୍ତୁ ଦୋକାନ ଖାତା ପୂଜା    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଦୀପାବଳିରେ ଏମିତି କରନ୍ତୁ ଦୋକାନ ଖାତା ପୂଜା   

ଦୀପାବଳି ବେଳେ ବିଶେଷ କରି ମାରୱାଡ଼ି ଓ ଗୁଜୁରାଟି ପରିବାରରେ ଦୋକାନ ପୂଜା ଓ ଖାତା ପୂଜାର ପରମ୍ପରା ରହିଛି। ଏହି ଦିନ ଲୋକମାନେ ବ୍ରାହ୍ମଣଙ୍କୁ ଡାକି ଏହି ପୂଜା କରିଥାନ୍ତି। ହେଲେ ଏହି ପୂଜାବିଧି ଜାଣିବା ପରେ ଆପଣ ମଧ୍ୟ ଏହି ପୂଜାକୁ ଅତି ସହଜରେ କରିପାରିବେ। ଆଜି ଆମେ ଆପଣଙ୍କୁ ଦୀପାବଳିରେ ଦୋକାନ ଓ ଅଫିସ୍‌ରେ କେମିତି ପୂଜା କରାଯାଏ ବତାଇବୁ।

ପୂଜା ପାଇଁ ପୂର୍ବ ପ୍ରସ୍ତୁତି:  ଦୀପାବଳି ପୂର୍ବରୁ ଦୋକାନ ଓ ଅଫିସ୍‌କୁ ଭଲ ଭାବେ ସଫା କରନ୍ତୁ। କୋଣସି ସ୍ଥାନରେ ଯେପରି ଅଳନ୍ଧୁ ଲାଗି ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଦୋକାନରେ ଥିବା ସମସ୍ତ ବ୍ୟବହାର ଅନୁପଯୋଗୀ ଜିନିଷ କାଢ଼ି ଦିଅନ୍ତୁ। ପୂଜା ସ୍ଥାନକୁ ଭଲ ଭାବେ ଧୋଇ କିମ୍ବା ପୋଛି ଦିଅନ୍ତୁ।

ପୂଜା ସାମଗ୍ରୀ: ଦୀପାବଳି ଦିନ ଭିନ୍ନ ଭିନ୍ନ ପରିବାରରେ ଭିନ୍ନ ପ୍ରକାର ପୂଜା ହୋଇଥାଏ। ସେହିଭଳି ବ୍ୟାପାରିକ ପରିବାରରେ ଏହି ଦିନ ଖାତା ପୂଜନର ବିଧି ରହିଛି। ଏହି ପୂଜା ପାଇଁ ଦରକାର ହେଉଥିବା କିଛି ସାମଗ୍ରୀ ବିଷୟରେ ଜାଣି ନିଅନ୍ତୁ। ଦୀପାବଳି ପୂଜା ପାଇଁ କଳଶ, ଆମ୍ବ ପତ୍ର, ମା’ ଲକ୍ଷ୍ମୀ ଓ ଗଣେଶଙ୍କ ପ୍ରତିମା, କ୍ଷୀର, ଦହି, ମହୁ, ଶ୍ୱେତ ଧାନ, ଗୋଟା ଗୁଆ, ଫୁଲ, ଧୂପ, କର୍ପୁର, ସିନ୍ଦୁର, ଚୁଆ ଚନ୍ଦନ, କିଛି କଏନ୍ ଇତ୍ୟାଦି। ଏ ସବୁ ଆଣି ସାରିବା ପରେ ଦୋକାନର ହିସାବ ଖାତା, ବିଲ୍‌ ବହି ଆଦିକୁ ନୂଆ କନାରେ ଗୁଡାଇ ଗଙ୍ଗାଜଳ ସିଞ୍ଚନ କରି ପୂଜା ସ୍ଥଳରେ ରଖି ପୂଜା କରନ୍ତୁ।



from Odisha Reporter https://ift.tt/2OdTaE4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages