ଗ୍ରାମ୍ୟ ଜଙ୍ଗଲ ଧ୍ୱଂସ ପଛରେ ପାଣ୍ଡିଆନ: ପୂର୍ବତନ ବିଧାୟକ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ଗ୍ରାମ୍ୟ ଜଙ୍ଗଲ ଧ୍ୱଂସ ପଛରେ ପାଣ୍ଡିଆନ: ପୂର୍ବତନ ବିଧାୟକ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଜଙ୍ଗଲ ଧ୍ୱଂସ ପଛରେ ରହିଛି ପାଣ୍ଡିଆନ୍‌ଙ୍କ ହାତ।  ମଦ କମ୍ପାନୀଠାରୁ ଅର୍ଥ ସଂଗ୍ରହ କରି ପ୍ରଶାସନ ଉପରେ ଚାପ ପକାଇ ସେ ଏଭଳି କାଣ୍ଡ କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି, ଢେଙ୍କାନାଳର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର।

ବଳରାମପୁର ଝିଙ୍କରଗଡ଼ ଗାଁ ପାଖ ଜଙ୍ଗଲରୁ ଶହ ଶହ ଗଛ କଟାଯିବା ପରେ ସତେ ଯେମିତି ଶୋକର ଛାୟା ଖେଳି ଯାଇଥିଲା। କେହି ନିଜ ପରିବାରର ଲୋକଙ୍କୁ ହରାଇ ଯେମିତି କାନ୍ଦବୋବାଳି କରିଥାନ୍ତି, ସେମିତି କାନ୍ଦୁଥିଲେ ଅଞ୍ଚଳବାସୀ। ନିରୀହ ଲୋକଙ୍କ କାନ୍ଦରେ ଫାଟି ପଡ଼ୁଥିଲା ପୂରା ପରିବେଶ। କେହି ଆତ୍ମୀୟ ସ୍ୱଜନ ଆରପାରିକୁ ଚାଲିଗଲେ ଯେମିତି ରୀତିନୀତି ପାଳନ ହୁଏ, ଠିକ୍ ସେହି ଢଙ୍ଗରେ ନାମ ସଂକୀର୍ତ୍ତନ ସାଙ୍ଗକୁ ଦଶାହ ପଂକ୍ତି ପାଳନ କରିଛନ୍ତି ଲୋକେ।

treeଏହାସହ ରାତି ଅଧିଆ ଗଛ କଟା ଓ ସରକାରଙ୍କ ମଦ କାରଖାନା ପ୍ରୀତି ବିରୋଧରେ ପ୍ରତିବାଦ ସଭା ହୋଇଥିଲା। ରାଜନୀତିକ ଦଳ, ସମାଜସେବୀ ଓ ପରିବେଶବିତ୍ ସମସ୍ତଙ୍କ ମୁହଁରେ ସେହି ଏକା ପ୍ରଶ୍ନ- କାହା ନିର୍ଦ୍ଦେଶରେ ବିୟର ଫ୍ୟାକ୍ଟ୍ରି ପାଇଁ ରାତାରାତି ହାଣି ଶୁଆଇ ଦେଲେ ଶହ ଶହ ମୂଲ୍ୟବାନ ଗଛ ?

ଢେଙ୍କାନାଳର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ସିଧାସଳଖ ଏଥିପାଇଁ ତୃତୀୟ ମହଲାର ଅଫିସର ପାଣ୍ଡିଆନ୍‌ଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ମଦ କମ୍ପାନୀଠାରୁ ଅର୍ଥ ସଂଗ୍ରହ କରି ପ୍ରଶାସନ ଉପରେ ଚାପ ପକାଇ ଏଭଳି କାଣ୍ଡ ରଚିଛନ୍ତି ପାଣ୍ଡିଆନ୍‌। ଏହି କାରଣରୁ ରାତି ଅଧିଆ ସେମାନେ ଜଙ୍ଗଲ କାଟିଛନ୍ତି।”

treeପ୍ରଖ୍ୟାତ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, “ପୂରା ଘଟଣାର ତଦନ୍ତ କରି ଦୋଷୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ। କେଉଁ ଅଫିସରମାନେ ଓ କେଉଁ ସ୍ତରରେ ଏହି ନିଷ୍ପତ୍ତି ନିଆଯାଇଛି ତହାର ଯାଞ୍ଚ ହେଉ। ଯେଉଁମାନେ ଅଧିକାରୀମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ପାଖରୁ ଏହାର କ୍ଷତିପୂରଣ ଆଦାୟ କରାଯାଉ।”

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଆମ ଶ୍ୱଶୁର ଓ ଜେଜେ ଶ୍ୱଶୁର ଅମଳରୁ ଗଛ ଏମିତି ଥିଲା। ସେମାନେ ଜଗି ଆସିଛନ୍ତି। ଆମ ପୋଷିଲା ପୁଅ ଆମଠୁ ଛଡ଼ାଇ ନେଲେ। ଆମକୁ କହୁଛନ୍ତି ପାଳିତ ପୁଅ ଦେବେ। ପାଳିତ ପୁଅ କ’ଣ ଆମକୁ ପୋଷିବ ?”

ସେପଟେ ବ୍ୟାପକ ପ୍ରତିକ୍ରିୟା ଓ ସମାଲୋଚନା ପ୍ରକାଶ ପାଇବା ପରେ ବଳରାମପୁର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୁରନ୍ତ ଗଛ କଟା ବନ୍ଦ କରିବାକୁ ତାଙ୍କ ଅଫିସରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ନିର୍ବାଚନ ପାଣ୍ଠି ପାଇଁ ବିଜେଡିର କମ୍ପାନୀ ପ୍ରୀତି !

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଥମିନି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ଏହା କିଭଳି ସମ୍ଭବ ହୋଇଥିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। କଂଗ୍ରେସ ମୁଖପାତ୍ର ବିଭୂ ପ୍ରସାଦ ତରାଇ  କହିଛନ୍ତି, “ନିର୍ବାଚନ ପାଖେଇ ଆସିଲାଣି। ମଦ କମ୍ପାନୀଙ୍କଠାରୁ କେମିତି ନିର୍ବାଚନ ପାଣ୍ଠି ଯୋଗାଡ଼ କରିବେ ତାହା ହେଉଛି ନବୀନ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ।”

ବିଜେପି ମଧ୍ୟ ଏହାକୁ ନେଇ ସରକାର ଓ ନବୀନଙ୍କ ପରେ ବର୍ଷିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଏମିତି ଲାଗୁଛି, ମୁଖ୍ୟମନ୍ତ୍ରୀଙ୍କ ନଜର ବାହାରେ ରାଜ୍ୟରେ ଏମିତି କିଛି କାମ ଚାଲିଛି, ଯେଉଁ କାମ କିଛି ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ସ କରୁଛନ୍ତି। ଜନ ପ୍ରତିକ୍ରିୟା ହେଲେ ଏଥିରୁ ତ୍ରାହି ପାଇବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଗଛ କଟା ବନ୍ଦ କରିବାକୁ ଏକ ନିର୍ଦ୍ଦେଶ ଦେଇଦେଲେ। ଗଛ କଟା ସରିବା ପରେ ଏପରି ନିର୍ଦ୍ଦେଶର କିଛି ମାନେ ନାହିଁ।

treeବିରୋଧୀଙ୍କ ଟାର୍ଗେଟ ପରେ ବିଜେଡି ତା’ର ମତ ରଖିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ବିରୋଧୀ ଅଭିଯୋଗ କରୁଛନ୍ତି କି ନିର୍ବାଚନ ପାଣ୍ଡି ପାଇଁ ମଦ କମ୍ପାନୀଙ୍କଠାରୁ ଟଙ୍କା ଆଦାୟ ହେଉଛି। ଏହା ଏକ ହାସ୍ୟାସ୍ପଦ କଥା। ଗଛକଟା ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯିଏ ଦାୟୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଗୋଟିଏ ପଟେ ପରିବେଶ ସୁରକ୍ଷା ନାଁରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବଳରାମପୁରରେ ଲୋକେ ନିଜ ହାତରେ ସୃଷ୍ଟି କରିଥିବା ଗ୍ରାମ୍ୟ ଜଙ୍ଗଲକୁ ବିୟର ଫ୍ୟାକ୍ଟ୍ରି ପାଇଁ ରାତି ଅଧିଆ ଧ୍ୱଂସ କରି ଦେବା ଘଟଣା ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।



from Odisha Reporter https://ift.tt/2DvVvsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages