
ଆଗ୍ରା: ସେଦିନ ମୁନ୍ନୀ ଦେବୀଙ୍କ ପାଖକୁ ତାଙ୍କ ଝିଅର ଜଣେ ସାଙ୍ଗ ଅଭିଯୋଗ ନେଇ ଆସିଥିଲା ଯେ, ଆମ କଲୋନୀର ଏତେ ପୁଅଙ୍କ ସାଙ୍ଗରେ ସେ ଏକୁଟିଆ ଝିଅଟା ଖେଳୁଛି, ତାକୁ ମନା କରୁନାହାନ୍ତି କାହିଁକି। ସେଦିନ ମୁନ୍ନୀ ଦେବୀଙ୍କ ଝିଅ ଉତ୍ତର ଦେଇଥିଲେ, ମୁଁ ଝିଅ ପିଲା ବୋଲି ସେ ଅଭିଯୋଗ ଆଣୁନି, ବରଂ ମୁଁ ତାକୁ ସବୁ ମ୍ୟାଚ୍ରେ ଆଉଟ୍ କରିଦିଏ ବୋଲି ସେ ଏମିତି କହୁଛି। ସେଦିନର ସେହି ଝିଅ ଆଜି ଅନ୍ତର୍ଜାତୀୟ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଲେଗ୍ସ୍ପିନର ପୁନମ୍ ଯାଦବ ଏବଂ ସେହି ସହର ଆଗ୍ରା ଯାହା ବହୁ ଜାତୀୟ ସ୍ତରୀୟ ମହିଳା କ୍ରିକେଟରଙ୍କ ପ୍ରସ୍ତୁତ କରିଛି।
ପୁନମ୍ଙ୍କ ବ୍ୟତୀତ ଦୀପ୍ତି ଶର୍ମା ମଧ୍ୟ ସେହି ସମାନ ସହରରୁ ଆସି ଅନେକ ଅର୍ନ୍ତଜାତୀୟ ମ୍ୟାଚ୍ରେ ସଫଳତା ହାସଲ କରିସାରିଲେଣି। ଗତ ବର୍ଷ ଇଂଲଣ୍ଡ ବିଶ୍ୱକପ୍ରେ ଯଥାକ୍ରମେ ୧୨ ଏବଂ ୧୧ ୱିକେଟ୍ ସହିତ ଦୀପ୍ତି ଏବଂ ପୁନମ୍ ଶ୍ରେଷ୍ଠ ୱିକେଟ୍ ହାସଲକାରୀ ହୋଇଥିଲେ। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ଏହି ସହରରୁ ଯାଇଥିବା ହେମଲତା କାଲା ବ୍ୟାଟିଂରେ ଏବଂ ପ୍ରୀତି ଡିମ୍ରି ବୋଲିଂରେ ବେଶ୍ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ହେମଲତା ବର୍ତ୍ତମାନ ମହିଳା କ୍ରିକେଟ ଦଳର ଚୟନ କମିଟି ଅଧ୍ୟକ୍ଷ ଅଛନ୍ତି।
ପୁନମ୍ଙ୍କ କୋଚ୍ ମନୋଜ ଖୁସ୍ୱାହା ସେଠାରେ ଏକ କ୍ରିକେଟ୍ ଏକାଡେମୀ ସ୍ଥାପନ କରି ପର ପିଢ଼ିର ମହିଳା କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଛନ୍ତି। ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ସିନିୟର ଟି୨୦ ଟିମ୍ରେ ଏଠାରୁ ୪ ଜଣ ସାମିଲ ହୋଇଥିବା ଜଣାଯାଇଛି।
from Odisha Reporter https://ift.tt/2Q9l4WQ
No comments:
Post a Comment