କଦର୍ଯ୍ୟ ଥ୍ରୋ ପାଇଁ ଟ୍ରଲ୍ ହେଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

କଦର୍ଯ୍ୟ ଥ୍ରୋ ପାଇଁ ଟ୍ରଲ୍ ହେଲେ ରାହୁଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ କଷ୍ଟେମଷ୍ଟେ ୫ ୱିକେଟ୍‌ରେ ଜିତି ନେଇଛି। ଇଣ୍ଡିଜ୍‌ ୧୧୦ ରନ୍‌ର ଛୋଟିଆ ଟାର୍ଗେଟ ଦେଇଥିଲେ ହେଁ ଟିମ୍‌ ଇଣ୍ଡିଆ ୧୭.୫ ଓଭର୍‌ରେ ଏହାକୁ ହାସଲ କରି ନେଇଥିଲା। ତେବେ ଟିମ୍‌ ଇଣ୍ଡିଆର ଫିଲ୍ଡିଂ ବେଳେ ମିଡିଲ ଅର୍ଡର ଲୋକେଶ ରାହୁଲଙ୍କ ଏକ କଦର୍ଯ୍ୟ ଥ୍ରୋ ଭାରତୀୟ ଫ୍ୟାନ୍‌ଙ୍କୁ ଆଚମ୍ବିତ କରିଥିଲା। ଉକ୍ତ ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ଏକ ସହଜ ସାଧ୍ୟ ଫିଲ୍ଡିଂକୁ ରାହୁଲ କେମିତି ଉତ୍ସାହିତ ହୋଇ ଭୁଲ କରିଦେଇଥିଲେ, ତାକୁ ନେଇ ସୋଶାଲ୍‌ ମିଡିଆରେ ତାଙ୍କୁ ଟ୍ରଲ ହେବାକୁ ପଡ଼ିଛି।

ଇଣ୍ଡିଜ୍‌ ବ୍ୟାଟିଂର ୪ର୍ଥ ଓଭର୍‌ରେ ଏହି ଘଟଣା ଘଟିଥିଲା। ସାଇ ହୋପ୍‌ ଦ୍ରୁତ ବୋଲ୍‌ର ଖଲୀଲ ଅହମ୍ମଦଙ୍କ ଏକ ବଲ୍‌କୁ ବ୍ୟାକ୍‌ଫୁଟ୍‌ରେ ସିଙ୍ଗଲ ପାଇଁ ଫ୍ଲିକ୍‌ କରିଥିଲେ। ତେବେ ଶର୍ଟ ମିଡ୍‌ ୱିକେଟ୍‌ରେ ଫିଲ୍ଡିଂ କରିଥିବା ରାହୁଲ ଏହାକୁ ଧରି ପକାଇଥିଲେ। ହୋପ୍‌ ରନ୍‌ ନେବେ କି ନାହିଁ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପ୍ରଥମେ ସେ ରଣ ପାଇଁ ଦୌଡ଼ି ଯାଇ ଅଧାରେ ଅଟକି ଯାଇଥିଲେ। ଏହାପରେ ପୁଣିଥରେ ଦୌଡ଼ିବାକୁ ଲାଗିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ହୋପ୍‌ ଓ ତାଙ୍କ ସହ ବ୍ୟାଟିଂ କରୁଥିବା ଶିମରନ୍‌ ହେଟମେୟର ଉଭୟ ନନ୍‌ ଷ୍ଟ୍ରାଇକ୍‌ ଏଣ୍ଡରେ ପହଞ୍ଚି ଯାଇଥିଲେ।

ଏଭଳି ସ୍ଥିତିରେ ରାହୁଲ ବେଶ ଆରାମ୍‌ରେ ୱିକେଟ୍‌ କିପର୍‌ ଦିନେଶ କାର୍ତ୍ତିକଙ୍କୁ ବଲ୍‌ଟି ଥ୍ରୋ କରି ଏକ ସହଜ ରନ୍‌ ଆଉଟ୍‌ କରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଉତ୍ସାହିତ ରାହୁଲ ଆଶ୍ଚର୍ଯ୍ୟଜନ ଭାବେ କାର୍ତ୍ତିକଙ୍କ ମୁଣ୍ଡ ଉପରେ ଦେଇ ବଲ୍‌ଟିକୁ ଫିଙ୍ଗି ଦେଇଥିଲେ। ତେବେ ସୌଭାଗ୍ୟବଶତଃ ଭାରତକୁ ଏହି ଭୁଲ ଥ୍ରୋ ମହଙ୍ଗା ପଡ଼ି ନଥିଲା। କାରଣ ଦିନେଶଙ୍କୁ ବ୍ୟାକ ଅପ କରିଥିବା ମନୀଷ ପାଣ୍ଡେ ତୁରନ୍ତ ବଲ୍‌ଟିକୁ ଧରି ୱିକେଟ୍‌ ଭାଙ୍ଗି ଦେଇଥିଲେ। ଫଳରେ ହୋପ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାର ଭିଡିଓ ଭାଇରାଲ୍‌ ହେବାପରେ ଫ୍ୟାନ୍‌ମାନେ ମନଇଚ୍ଛା ରାହୁଲଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ଜଣେ କହିଛନ୍ତି, କର୍ଣ୍ଣାଟକାର ରାହୁଲ ଜାଣିଶୁଣି ତାମିଲନାଡୁର ଦିନେଶ କାର୍ତ୍ତିକଙ୍କୁ ଅଣଦେଖା କରିଛନ୍ତି। ଆଉ ଜଣେ କହିଛନ୍ତି, ରାହୁଲ ୱେଷ୍ଟଇଣ୍ଡିଜ୍‌ ଅଧିକ ରନ୍‌ କରିବାକୁ ଚାହୁଁଥିବାରୁ ଏଭଳି ଥ୍ରୋ କରିଥିଲେ। ଇଣ୍ଡିଜ୍‌ ଅଧିକ ରନ୍‌ କରିଥିଲେ ସେ ଅଧିକ ବ୍ୟାଟିଂ କରିବାର ସୁଯୋଗ ପାଇଥାଆନ୍ତେ।



from Odisha Reporter https://ift.tt/2zDzSTF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages