ଚୀନ୍‌ ଓପନ୍‌: ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଚୀନ୍‌ ଓପନ୍‌: ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ

ବେଜିଂ: ଚୀନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ମହିଳା ଶଟଲର୍‌ ପିଭି ସିନ୍ଧୁ। ସେ ପ୍ରଥମ ମ୍ୟାଚ୍‌ରେ ରୁଷର ଇଭଜେନିୟା କୋଷ୍ଟେସ୍କୟଙ୍କୁ ସିଧାସଳଖ ୨-୦ ସେଟ୍‌ରେ ପରାସ୍ତ କରିଛନ୍ତି।
୨୯ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ସିନ୍ଧୁ ଆରମ୍ଭରୁ ହିଁ ନିଜର ଦବଦବା ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟ୍‌କୁ ୨୧-୧୩ରେ ଜିତିଥିବା ସିନ୍ଧୁ ଦ୍ୱିତୀୟ ସେଟ୍‌ରେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲେ।

ଇଭଜେନିୟା ସିନ୍ଧୁଙ୍କୁ ଏହି ସେଟ୍‌କୁ ସହଜରେ ଜିତିବାକୁ ଦେଇ ନଥିଲେ। ତଥାପି ସିନ୍ଧୁ ନିଜର ଅଭିଜ୍ଞତା ବଳରେ ଶଟ୍‌ ଖେଳି ସେଟ୍‌କୁ ୨୧-୧୯ରେ ଜିତି ନେଇଥିଲେ। ଫଳରେ ସେ ସିଧାସଳଖ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଅନ୍ୟପକ୍ଷରେ ମହିଳା ଡବଲ୍ସରେ ଭାରତର ସିକ୍କି ରେଡ୍ଡି ଓ ଅଶ୍ୱିନ୍‌ ପୋନ୍ନାପ୍ପା ପ୍ରଥମ ରାଉଣ୍ଡରୁ ହିଁ ନିଜର ଅଭିଯାନ ଶେଷ କରିଛନ୍ତି।



from Odisha Reporter https://ift.tt/2qxTvIw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages