
ଭୋପାଲ: ଆଗକୁ ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ୍ ଏବଂ ତେଲେଙ୍ଗାନା ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ସରିଛି। ଏସବୁ ରାଜ୍ୟରେ ଟିଭି-ରେଡିଓରେ ପ୍ରଚାରକୁ ସୀମିତ ରଖିବାପାଇଁ ନିର୍ଦ୍ଦିଷ୍ଟ ଅବଧି ନିର୍ଦ୍ଧାରଣ କରାଯାଇଛି।
ମଧ୍ୟପ୍ରଦେଶ
ମଧ୍ୟପ୍ରଦେଶରେ ୨୮ ନଭେମ୍ବରରେ ନିର୍ବାଚନ ହେବାକୁ ଥିବାବେଳେ ଟିଭି-ରେଡିଓରେ ପ୍ରଚାର ପାଇଁ ବିଜେପିକୁ ୨୦୬ ମିନିଟ୍ ମିଳିଛି। ଅର୍ଥାତ ବିଜେପି ଭିନ୍ନ ଭିନ୍ନ ସମୟରେ ୨୦୬ ମିନିଟ୍ର ପ୍ରଚାର କରାଇ ପାରିବ। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସକୁ ୧୭୫ ମିନିଟ୍ ମିଳିଛି। ୫ ମିନିଟ୍ର ଭିଡିଓ ପ୍ରଚାର କରିବା ପାଇଁ ବିଜେପିକୁ ୪୧ ଏବଂ କଂଗ୍ରେସକୁ ୩୫ଟି ଭିଡିଓ ପ୍ରଚାର ପାଇଁ ସୁଯୋଗ ମିଳିଛି। ବହୁଜନ ସମାଜବାଦୀ ପାର୍ଟିକୁ ୬୮ ମିନିଟ୍ ମିଳିଛି, ଯାହାକି ତୃତୀୟ ସ୍ଥାନରେ ରହିଛି। ଏଆଇଟିସି, ସିପିଆଇ, ସିପିଆଇ (ଏମ୍) ଏବଂ ଏନ୍ସିପି ଆଦି ଦଳଙ୍କୁ ୪୫-୪୬ ମିନିଟ୍ର ପ୍ରଚାରପ୍ରସାର ପାଇଁ ସୁଯୋଗ ମିଳିଛି।
ରାଜସ୍ଥାନ
ନିର୍ବାଚନ ଆୟୋଗଙ୍କ ଅନୁମୋଦନ ଅନୁଯାୟୀ ରାଜସ୍ଥାନରେ ପ୍ରଚାରପ୍ରସାର ପାଇଁ ବିଜେପିକୁ ୨୧୭ ମିନିଟ୍, କଂଗ୍ରେସକୁ ୧୭୧ ମିନିଟ୍ ମିଳିଛି। ସେହିଭଳି ବିଏସ୍ପିକୁ ୫୮ ମିନିଟ୍ ମିଳିଛି। ଅନ୍ୟ ଦଳ ମଧ୍ୟରେ ସିପିଏମ୍, ସିପିଆଇ ଏବଂ ଏନ୍ସିପି ଆଦି ଦଳଙ୍କୁ ୪୬-୪୮ ମିନିଟ୍ର ଅବଧି ଦିଆଯାଇଛି।
ତେଲେଙ୍ଗାନା
ତେଲେଙ୍ଗାନାରେ କ୍ଷମତାରେ ଥିବା ଟିଆରଏସ୍କୁ ୨୪୫ ମିନିଟ୍, କଂଗ୍ରେସକୁ ୧୯୨ ମିନିଟ୍ର ପ୍ରସାରଣ ଅନୁମତି ମିଳିଛି। ଉଲ୍ଲେଖନୀୟ କଥା ହେଉଛି ଟିଡିପିକୁ ବିଜେପିଠାରୁ ଅଧିକ ୧୩୦ ମିନିଟ୍ର ପ୍ରସାରଣ ସୁଯୋଗ ମିଳିଛି।
ମିଜୋରାମ୍
ମିଜୋରାମ୍ରେ କ୍ଷମତାସୀନ କଂଗ୍ରେସର ପ୍ରଚାର ପ୍ରସାର ପାଇଁ ୨୫୦ ମିନିଟ୍ର ସୁଯୋଗ ମିଳିଛି। ୫ ମିନିଟ୍ର ଭିଡିଓ ବିଜେପି ୫୦ ଥର ପ୍ରସାରଣ କରାଯିବ। ସେହିଭଳି ଏମ୍ଏନ୍ଏଫ୍କୁ ୧୭୬ ଏବଂ ଜେଡ୍ଏନ୍ପିକୁ ୧୨୫ ମିନିଟ୍ର ପ୍ରସାରଣ ଅଧିକାର ମିଳିଛି। ଅନ୍ୟପକ୍ଷରେ ବିଜେପିକୁ ମାତ୍ର ୪୫ ମିନିଟ୍ର ପ୍ରସାରଣ ଅଧିକାର ମିଳିଛି।
from Odisha Reporter https://ift.tt/2JHpHBN
No comments:
Post a Comment