ପୂର୍ବତନ ହକି ଖେଳାଳି ସନ୍ଦୀପଙ୍କ ଅକାଳ ବିୟୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ପୂର୍ବତନ ହକି ଖେଳାଳି ସନ୍ଦୀପଙ୍କ ଅକାଳ ବିୟୋଗ

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆ ହକି ଟିମ୍‌ର ଫରୱାର୍ଡ ସନ୍ଦୀପ ମାଇକେଲ୍‌ଙ୍କ ଆଜି ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ମାତ୍ର ୩୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଟିମ୍‌ ଇଣ୍ଡିଆ ଜୁନିୟର ପୁରଷ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବା ସହ ୨୦୦୩ ଏସିଆନ୍ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରାଇବାରେ ବଡ଼ ଭୂମିକା ନିର୍ବାହ କରିଥିଲେ।

ସ୍ନାୟୁ ଜନିତ ମସ୍ତିସ୍କ ରୋଗ ଯୋଗୁ ସନ୍ଦୀପଙ୍କୁ ନଭେମ୍ବର ୧୮ରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ମଧ୍ୟାହ୍ଣରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସିଙ୍ଗାପୁର ଚର୍ଚ୍ଚର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

୨୦୦୧ରେ ସନ୍ଦୀପ ଅଣ୍ଡର-୧୮ ବର୍ଗରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଆକବର ଇଲ ୟେମ କପ୍‌ରେ ଭାରତ ୨୦୦୨ ଓ ୨୦୦୩ ମସିହାରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲା। ଏହି ଟିମ୍‌ରେ ସନ୍ଦୀପ ସଦସ୍ୟ ରହିଥିଲେ। ୨୦୦୩ ଜୁନିୟର ଏସିଆ କପ୍‌ରେ ସନ୍ଦୀପ ପାକିସ୍ତାନ ଓ କୋରିଆ ବିରୋଧରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ଏସିଆ କପ୍‌ରେ ସନ୍ଦୀପଙ୍କ ନେତୃତ୍ୱରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ମୋଷ୍ଟ ପ୍ରମିଜିଂ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା।



from Odisha Reporter https://ift.tt/2QkIXuC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages