ପାଣ୍ଡିଆନଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ପାଖେ ଓକିଲ ସଂଘ ଫେରାଦ, ଦୁର୍ନୀତିର ତଦନ୍ତ ପାଇଁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ପାଣ୍ଡିଆନଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ପାଖେ ଓକିଲ ସଂଘ ଫେରାଦ, ଦୁର୍ନୀତିର ତଦନ୍ତ ପାଇଁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଆଇଏଏସଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀସ୍ଥିତ ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ୍ ଅଫ ଲୟର୍ସ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଫେରାଦ ହୋଇଛି। କେବଳ ଶ୍ରୀ ପାଣ୍ଡିଆନ ନୁହେଁ, ବର୍ତ୍ତମାନର ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ସନ୍ଦେହଜନକ ଗତିବିଧି ସମ୍ପର୍କରେ ମଧ୍ୟ ତଦନ୍ତ କରିବା ପାଇଁ ଏହି ସଂଘ ଦାବି କରିଛି।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଓ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବୟାନ ଆଧାରରେ ଶ୍ରୀ ପାଣ୍ଡିଆନ ୭୦୦କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ଏହି ଓକିଲ ସଂଘ ଅଭିଯୋଗ କରିଛି। ଓକିଲ ସଂଘର ଆନ୍ତର୍ଜାତିକ ଅଧ୍ୟକ୍ଷ ଦେବାଶୀଷ ମିଶ୍ରା ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିବିଆଇ ନିର୍ଦ୍ଦେଶକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ସିବିଆଇ ଏସପିଙ୍କୁ ୩ ପୃଷ୍ଠାର ଅଭିଯୋଗ ପତ୍ର ପଠାଇ ପାଣ୍ଡିଆନଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ସଂଘର ଅଧ୍ୟକ୍ଷ ଶ୍ରୀ ମିଶ୍ରା ୨୦୦୦ ମସିହାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଶାସନର ପୃଷ୍ଠଭୂମି ସମ୍ପର୍କରେ ଉଲ୍ଲେଖ କରିବା ସହ ୨୦୧୪ ମସିହାରୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମସ୍ତ ନିଷ୍ପତ୍ତି ନେଉଥିବା କହିଛନ୍ତି। ସେ କିଭଳି ଏତେ ପରିମାଣର ଅର୍ଥ ଠୁଳ କଲେ ତା’ର ତଦନ୍ତ ହେବା ଜରୁରୀ। ସେ ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ଜଣେ ଡିଆଇ ଲକ୍ଷ୍ମୀଧର ଦାସଙ୍କଠୁ ୨ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିବା ଓ ସେ ଏହା ନଦେବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ବୋଲି ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ହାଇକୋର୍ଟ ଏହି ବହିଷ୍କାର ନିର୍ଦ୍ଦେଶକୁ ବେଆଇନ ବୋଲି କହିବା ସତ୍ୱେ ତାଙ୍କୁ ପୁନଃ ନିଯୁକ୍ତି ମିଳିପାରିନି। ଯାହାକି ହାଇକୋର୍ଟଙ୍କ ନିର୍ଦ୍ଦେଶର ଖୋଲାଖୋଲି ଅବମାନନା। ତାହା କେବଳ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଛି ବୋଲି ସଂଘ କହିଛି।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦସ୍ତଖତ ହେବାକୁ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ପାଣ୍ଡିଆନ ହିଁ ନିଷ୍ପତ୍ତି ନେଉଛନ୍ତି। ଓଡ଼ିଶାରେ ବେଦାନ୍ତ କମ୍ପାନୀକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବେଆଇନ ଭାବେ ବକ୍ସାଇଟ୍ ଖଣି ଆବଣ୍ଟିତ ହୋଇଛି।ଏହି ବେଦାନ୍ତ କମ୍ପାନୀକୁ ତାମିଲନାଡୁ ସରକାର ରାଜ୍ୟରୁ ବିଦା କରିଥିବାବେଳେ ଓଡ଼ିଶା ସରକାର ସେହି କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଇଛନ୍ତି।ବେଦାନ୍ତ କମ୍ପାନୀ ଦ୍ୱାରା ଗରିବ ଚାଷୀଙ୍କ ୪ହଜାର ଏକର ଓ ଜଗନ୍ନାଥ ମହାପ୍ରଭୁଙ୍କ ୨ହଜାର ଏକର ଜମିକୁ ନିଜ ସପକ୍ଷରେ ନେବା ପାଇଁ ଗତ ୮ବର୍ଷ ହେଲା ଏହି ମାମଲାକୁ ଦୁର୍ବଳ କରିଚାଲିଛି।ସୁପ୍ରିମକୋର୍ଟରେ ନିଜ ସପକ୍ଷରେ ରାୟ ହାସଲ କରିବା ପାଇଁ ବେଦାନ୍ତ କମ୍ପାନୀ ରାଜ୍ୟର ଓକିଲମାନଙ୍କ ସହ ମିଶି ଏଭଳି କାର୍ଯ୍ୟ କରୁଛି ଓ ଏସବୁଥିରେ ପାଣ୍ଡିଆନ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସଂଘ ଦାବି କରିଛି ।



from Odisha Reporter https://ift.tt/2FEXuNM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages