ଏମିତି ଚାଲିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: କାର୍ଡ଼ ଥାଇ ମିଳୁନି ଚିକିତ୍ସା ସୁବିଧା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଏମିତି ଚାଲିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: କାର୍ଡ଼ ଥାଇ ମିଳୁନି ଚିକିତ୍ସା ସୁବିଧା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କର ସବୁଠୁ ବଡ଼ କଲ୍ୟାଣକାରୀ ଯୋଜନା ହେଉଛି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’। ଯାହାକୁ ନେଇ ରାଜ୍ୟ ସରକର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ସୁଫଳ ପାଇବାରୁ ଉପଭୋକ୍ତା ବଞ୍ଚିତ ହେଉଛନ୍ତି। ପାଖରେ ବିଜୁ କୃଷକ କଲ୍ୟାଣ କାର୍ଡ ଥାଇ ମଧ୍ୟ ରୋଗୀଙ୍କୁ ଘରୋଇ ମେଡିକାଲ୍ ଫେରାଇ ଦେଉଛି। ଯାହାର ପ୍ରମାଣ ଲାଗିଛି ଓଡ଼ିଶା ରିପୋର୍ଟର ହାତରେ।

ନିଖୁଣ ପଥର କାରିଗରଙ୍କ ଗାଁ ହେଉଛି ବାଲେଶ୍ୱର ଜିଲ୍ଲାର କେଶରୀପୁର। ସାରା ଦେଶରେ ଏଠାକାର ଶିଳ୍ପୀଙ୍କର ଭାରି ଚାହିଦା ରହିଛି। ସେଥିପାଇଁ ପେଟ ପୋଷିବାକୁ ରାଜ୍ୟ ବାହାରକୁ ଶିଳ୍ପୀମାନେ ଯାଉଛନ୍ତି। ଆଉ ଏବେ ରୋଗାକ୍ରାନ୍ତ ହୋଇ ଫେରିଛନ୍ତି।

ସେମିତି ଜଣେ ହେଉଛନ୍ତି ଧରଣୀଧର ସାମଲ। ରାଜସ୍ଥାନ ଓ ଗୁଜରାଟକୁ ପଥର କାମ କରିବାକୁ ଯାଇ ଫୁସ୍‌ଫୁସ ରୋଗରେ ଆକ୍ରାନ୍ତ ହୋଇ ଗାଁକୁ ଫେରିଛନ୍ତି। ଭାବିଥିଲେ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ଚିକିତ୍ସା ସେବା ପାଇବେ। ପତ୍ନୀଙ୍କ ପାଖରେ ଥିବା ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ ସେହି କାର୍ଡ ଗ୍ରହଣ କରିବାକୁ ରୋକଠୋକ୍ ମନା କରିଥିବା ଅଭିଯୋଗ ହୋଇଛି।

ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗାଁର ଭ୍ରମର ବାରିକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗତ ୨୦ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକେ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଦେଖାଇଥିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ସେହି କାର୍ଡ଼ ଗ୍ରହଣ କଲେନି। ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇଗଲେ ଭ୍ରମରଙ୍କ ଘର ଲୋକେ। ଟଙ୍କା ସରିଲା ପରେ ଭ୍ରମର ଆରପାରିକୁ ଚାଲିଗଲା ବୋଲି ତାଙ୍କ ମାଆ ଅଭିଯୋଗ କରିଛନ୍ତି।

କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ ନକରି ରାଜ୍ୟ ସରକାର ଲାଗୁ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଘୋଷଣା କରି ଢୋଲପିଟା ପ୍ରଚାର ଚାଲିଛନ୍ତି। ଏମିତିକି ପୂର୍ବରୁ ଚାଲୁଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନା ହିତାଧିକାରୀ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ବୋଲି କୁହାଯାଇଥିଲା। ହେଲେ ଏ ଯୋଜନାର ସୁଫଳ ଲୋକଙ୍କୁ ଆଦୌ ଠିକ୍‌ରେ ମିଳୁନଥିବା ଦର୍ଶାଇଛି ବ୍ରହ୍ମପୁର ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ସଭାପତି ଡାକ୍ତର ସୁବାସ ସାହୁ।



from Odisha Reporter https://ift.tt/2yTRZ8i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages