ରୋହିତଙ୍କ ଐତିହାସିକ ଶତକ, ଭାରତ ୧୯୫/୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ରୋହିତଙ୍କ ଐତିହାସିକ ଶତକ, ଭାରତ ୧୯୫/୨

ଲକ୍ଷ୍ନୌ: ଦୀର୍ଘ ଦୁଇ ଦଶନ୍ଧି ପରେ ଲକ୍ଷ୍ନୌକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଫେରିଥିବା ବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କ ଜଲୱା ଦେଖାଇଛନ୍ତି। ରୋହିତଙ୍କ ବିସ୍ଫୋରକ ଶତକ ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୯୫ ରନ୍‌ର ଚ୍ୟାଲେଞ୍ଜିଙ୍ଗ୍‌ ସ୍କୋର କରିଛି। ରୋହିତ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଟି-୨୦ ମ୍ୟାଚ୍‌ରେ ୪ର୍ଥ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ପୂର୍ବରୁ ରୋହିତ ଓ ନ୍ୟୁଜିଲ୍ୟାଣ୍ଡର କଲିନ୍‌ ମନରୋ ଟି-୨୦ରେ ୩ଟି ଲେଖାଏ ଶତକ ହାସଲ କରିଥିଲେ। ତେବେ ଆଜି ୫୮ଟି ବଲ୍‌ରେ ଶତକ ହାସଲ କରି ରୋହିତ ବିଶ୍ୱର ସବୁ ବ୍ୟାଟସ୍‌ମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ଆଜିର ମ୍ୟାଚ୍‌ରେ ୬୧ଟି ବଲ୍‌ରେ ବିସ୍ଫୋରକ ୧୧୧ ରନ୍‌ର ଇନିଂସ୍‌ ଖେଳି ଶେଷ ପର୍ଯ୍ୟନ୍ତ ନଟ୍‌ ଆଉଟ୍‌ ରହିଥିଲେ।

ସେହିପରି ରୋହିତ ଆଜି ୧୧ ରନ୍‌ କରିବା କ୍ଷଣି ଭାରତ ପାଇଁ ଟି-୨୦ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ମଧ୍ୟ ହୋଇଥିଲେ।
ଭାରତ ୧୯୫ ରନ୍‌ କରିଥିବାରୁ ୩ ଟିକିଆ ସିରିଜ୍‌ରେ ୧-୦ରେ ପଛରେ ଥିବା ଇଣ୍ଡିଜ୍‌ ବାହିନୀକୁ ଦ୍ୱିତୀୟ ଟି-୨୦କୁ ଜିତିବାକୁ ୧୯୬ ରନ୍‌ର ଟାର୍ଗେଟ ମିଳିଛି।
ଲକ୍ଷ୍ନୌ ସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍‌ରେ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କାର୍ଲୋସ ବ୍ରାଥୱେଟ୍‌ ଟସ୍‌ ଜିତି ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ କରିବାକୁ କହିଥିଲେ।

ଟିମ୍‌ ଇଣ୍ଡିଆର ଦୁଇ ଓପନର୍‌ ଶିଖର ଧୱନ୍‌ ଓ ରୋହିତ ଶର୍ମା ୫ ଓଭର୍‌ ପର୍ଯ୍ୟନ୍ତ ବେଶ ସତର୍କ ଭାବେ ବ୍ୟାଟିଂ କରି ମାତ୍ର ୩୭ ରନ୍‌ ହାସଲ କରିଥିଲେ। ଏହାପରେ ରୋହିତ ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ।

ସେ ମାତ୍ର ୩୮ ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଆହୁରି ଭୟଙ୍କର ହୋଇ ଉଠିଥିଲେ। ଅନ୍ୟପଟେ ଶିଖର ଧୱନ୍‌ ମଧ୍ୟ ବଡ଼ ଶଟ୍‌ ଖେଳି ଭାରତୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ।
ଉଭୟ ପ୍ରଥମ ୱିକେଟ୍‌ ପାଇଁ ୧୪ ଓଭର୍‌ରେ ୧୨୩ ରନ୍‌ର ଭାଗୀଦାରି କରିଥିଲେ। ତେବେ ଧୱନ୍‌ ବଡ଼ ଶଟ୍‌ ଖେଳିବା ଆଶାରେ ୪୧ଟି ବଲ୍‌ରେ ୪୩ ରନ୍‌ କରି ଫାବିଆନ୍‌ ଆଲେନ୍‌ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ।

ଏହାପରେ ପ୍ରମୋସନ୍‌ ପାଇଁ ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ ମାତ୍ର ୫ ରନ୍‌ କରି ଖାରୟ ପିଏରେଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ।

ତେବେ ଗୋଟିଏ ପଟେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରୁଥିବା ରୋହିତ କ୍ରମାଗତ ଭାବେ ଇଣ୍ଡିଜ୍‌ ବୋଲର୍‌ଙ୍କୁ ଆକ୍ରମଣ କରିଚାଲିଥିଲେ। ୪ନଂ ସ୍ଥାନରେ ଆସିଥିବା ଲୋକେଶ ରାହୁଲ ମଧ୍ୟ ସୁଯୋଗର ହାତ ଛଡ଼ା ନ କରି ବଡ଼ ବଡ଼ ଶଟ୍‌ ମାନ୍‌ ଖେଳିଥିଲେ। ସେ ୧୪ଟି ବଲ୍‌ରେ ବିସ୍ଫୋରକ ୨୬ ରନ୍‌ର ଇନିଂସ୍‌ ଖେଳି ଦଳୀୟ ସ୍କୋରକୁ ୧୯୬ରେ ପହଞ୍ଚାଇଥିଲେ।
ରୋହିତ ଶେଷ ଓଭର୍‌ରେ ଇଣ୍ଡିଜ୍‌ ଅଧିନାୟକ ବ୍ରାଥୱେଟ୍‌ଙ୍କୁ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ଆଜି ଟିମ୍‌ ଇଣ୍ଡିଆ ଗୋଟିଏ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଉମେଶ ଯାଦବଙ୍କ ବଦଳରେ ଭୁବନେଶ୍ୱରକ କୁମାରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି।



from Odisha Reporter https://ift.tt/2F8Kos1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages